Home Automobile ଲଞ୍ଚ୍ ହେଲା ହାର୍ଲି ଡେଭିଡସନ୍-୩୫୦

ଲଞ୍ଚ୍ ହେଲା ହାର୍ଲି ଡେଭିଡସନ୍-୩୫୦

by Admin
0 comment

ସବୁ ବାଇକର୍ସଙ୍କର ପ୍ରଥମ ପସନ୍ଦ ହାର୍ଲେ ଡେଭିଡସନ୍ ବାଇକ୍ । ଅଧିକାଂଶ ବାଇକର୍ସ ଚାହାଁନ୍ତି ଏହି ବାଇକ୍ ଚଢିବାକୁ । ହେଲେ ଏହାର ଅତ୍ୟଧିକ ପ୍ରାଇସ ଯୋଗୁଁ ଅନେକଙ୍କ ପାଇଁ ଏହା ସ୍ୱପ୍ନ ହୋଇରହିଯାଏ । ଏପରିକ୍ଷେତ୍ରରେ ବାଇକର୍ସଙ୍କ ସ୍ୱପ୍ନ ପୂରଣ କରିବାକୁ ଭାରତୀୟ ବଜାରକୁ ଆସୁଛି ହାର୍ଲେର ନୂଆ ୩୫୦ସିସି ବାଇକ୍ । ସମଗ୍ର ବିଶ୍ୱରେ ବାଇକ୍ ମାର୍କେଟରେ ଦମ୍ ଦେଖାଉଛି ହାର୍ଲେ ଡେଭିଡସନ୍ । ଏବେ ୩୫୦ସିସି ବାଇକ୍ ସେଗମେଂଟରେ ଭାରତୀୟ ବାଇକ୍ ମାର୍କେଟରେ ନିଜର ଦମ୍ ଦେଖାଉଛି ରୟାଲ ଏନଫିଲ୍ଡ ବୁଲେଟ୍ । ବୁଲେଟର ଅନେକ ସେଗମେଂଟର ବାଇକ ଏବେ ଭାରତୀୟ ବଜାରରେ ରାଜ୍ କରୁଛି ।

ଅଧିକ ପଢନ୍ତୁ

http://192.168.1.250/2023/04/05/3137/

ଖାସ୍ ଏଥିପାଇଁ ବୁଲେଟକୁ ଟକ୍କର ଦେବାକୁ ଏବେ ଲଂଚ୍ ହୋଇଛି ହାର୍ଲେ ଡେଭିଡସନର ସବୁଠାରୁ ଶସ୍ତା ବାଇକ୍ । ଆମେରିକାର ଏହି ବାଇକ୍ ନିର୍ମାତା ଚୀନର କିୟାନଜିୟାଙ୍ଗ କମ୍ପାନୀ ସହ ମିଶି ଏହାକୁ ଅତ୍ୟାଧୁନୀକ ଭର୍ସନରେ ପ୍ରସ୍ତୁତ କରିଥିବା କହିଛି କମ୍ପାନୀ । ପ୍ରଥମ ପର୍ଯ୍ୟାୟରେ ବଜାରକୁ ଆସୁଛି ହାର୍ଲେର ଏକ୍ସ-୩୫୦ ଓ ଏକ୍ସ-୫୦୦ ବାଇକ୍ । ବାଇକଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଅତ୍ୟାଧୁନୀକ ଟେକ୍ନୋଲୋଜି ମଧ୍ୟ ବାଇକର୍ସଙ୍କୁ ଦେବ ଜବରଦସ୍ତ ଥି୍ରଲ । ହାର୍ଲେର ଏକ୍ସ-୫୦୦ ମଡେଲରେ ଖଞ୍ଜାଯାଇଛି ୩୫୩ସିସିର ଇଞ୍ଜିନ୍ । ଏହାର ଓଜନ ୧୯୫କିଲୋଗ୍ରାମ ହୋଇଥିବା ବେଳେ ବାଇକଟିର ଟପ୍ ସ୍ପିଡ୍ ରହିଛି ୧୪୩ କିଲୋମିଟର । ଅର୍ଥାତ୍ ବାଇକଟି ଘଂଟାପ୍ରତି ୧୪୩କିଲୋମିଟର ବେଗରେ ଗତିକରିପାରିବ ବୋଲି ଦାବି କରିଛି କମ୍ପାନୀ ।

ଆହୁରି ପଢନ୍ତୁ

http://192.168.1.250/2023/04/05/3085/

ହାର୍ଲେ ଡେଭିଡସନ ବାଇକଟି ରେଟ୍ରୋ ଥିମ୍ ଟେକ୍ନୋଲୋଜିରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଖଞ୍ଜାଯାଇଛି ରାଉଣ୍ଡେଡ୍ ହେଡଲାଇଟ୍ । ଏହାର ଏକ୍ସ ସୋ’ରୁମ୍ ପ୍ରାଇସ୍ ରହିଛି ୩ଲକ୍ଷ ୯୩ହଜାର ଟଙ୍କା । ଏଥିରେ ସିକ୍ସ ସ୍ପିଡର ଗିୟର ବକ୍ସ ଖଞ୍ଜାଯାଇଥିବା ବେଳେ ଏହା ବାଇକର୍ସଙ୍କୁ ଚଳାଇବାରେ ବେଶ୍ ଆରାମ୍ ଦେବ । ହାର୍ଲେ ଡେଭିଡସନର ୨ଟିଯାକ ମଡେଲର ଉଭୟ ଚକରେ ଖଞ୍ଜାଯାଇଛି ଡିସ୍କ ବ୍ରେକ୍ । ଯାହା ବାଇକକୁ କଂଟ୍ରୋଲ କରିବାରେ ବେଶ୍ ସହାୟକ ହୋଇପାରିବ । କେବଳ ସେତିକି ନୁହେଁ ଭାରତୀୟ ବାଇକ ମାର୍କେଟରେ ଧୁମ୍ ମଚାଉଥିବା ରୟାଲ ଏନଫିଲ୍ଡ ବୁଲେଟକୁ ବି ଏହା ବେଶ୍ ଟକ୍କର ଦେବ ବୋଲି ଦାବି କରିଛି କମ୍ପାନୀ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc