Home Automobile ଲଞ୍ଚ୍ ହେଲା ଷ୍ଟିୟରିଂ ବାଇକ୍

ଲଞ୍ଚ୍ ହେଲା ଷ୍ଟିୟରିଂ ବାଇକ୍

by Admin
0 comment

କାର ମାର୍କେଟରେ ଲଞ୍ଚ୍ ହୋଇଛି ଷ୍ଟିୟରିଂଯୁକ୍ତ ବାଇକ୍ । ବାଇକଟିକୁ ହଠାତ୍ ଦେଖିଲେ ଜାଣିହେବନି ଏହା କାର୍ ନା ବାଇକ୍ । ଏହାର ଲୁକ୍ ଯେପରି ମସ୍ତ୍ ଏଥିରେ ୪ଜଣ ଯାତ୍ରୀ ଆରାମରେ ଯାତ୍ରା ବି କରିପାରିବେ । ଏହା ପ୍ରକୃତରେ ଏହା ଏକ ଅତ୍ୟାଧୁନୀକ ବାଇକ୍ ହୋଇଥିବା ବେଳେ ଏଥିରେ ଖଞ୍ଜାଯାଇଛି ୩ଟି ଚକ ସହ କାର୍ ଭଳି ଷ୍ଟିୟରିଂ ।

ହେଲେ ଏହି ବାଇକଟିକୁ ଚଳାଇବା ବେଳେ ଏଥିରେ ଚାଳକଙ୍କ ସହ ସମସ୍ତଙ୍କୁ ହେଲମେଂଟ୍ ପିନ୍ଧିବାକୁ ପଡିବ । ଏହାର ନାଁ ରଖାଯାଇଛି ପୋଲାରିସ୍ ସ୍ଲିଂଙ୍ଗସ୍ଲଟ୍ ଆର୍ । ଏହି ୩ଚକିଆ ବାଇକରେ ରେ ଖଞ୍ଜାଯାଇଛି ହାଇପରଫର୍ମମାନ୍ସର ପେଡଲ ସିଫ୍ଟର୍ସ ଟେକ୍ନୋଲୋଜି । ମାତ୍ର ୪.୯ ସେକେଣ୍ଡରେ ଏହା ଜିରୋରୁ ୧୦୦ କିଲୋମିଟର ସ୍ପିଡ୍ ଧରିପାରିବ ବୋଲି ଦାବି କରିଛି କମ୍ପାନୀ । ଯାହା ଜରିଆରେ ସିଫ୍ଟ ପଣ୍ଡସକୁ ବି ଆରାମରେ କଂଟ୍ରୋଲ କରାଯାଇପାରିବ । ସେହିପରି ବାଇକଟିର ଉଚ୍ଚତା ୧୩୧୮ଏଏମ୍ ହୋଇଥିବା ବେଳେ ଏହାର ଲମ୍ବ ୩୮ଶହ ଏମଏମ ଓ ଓସାର ରହିଛି ୧୯୮୦ମିଲିମିଟର । ସେହିପରି ଏହାର ହ୍ୱିଲବେସ୍ ୨୬୬୭ ଏମଏମର ହୋଇଥିବା ବେଳେ ଏହାର ଗ୍ରାଉଣ୍ଡ୍ କ୍ଲିଅରାଣ୍ଡସ ହେଉଛି ୧୩୭.୩ଏମଏମ୍ ।

ପୋଲାରିସ୍ ସ୍ଲିଙ୍ଗସଟ୍ ବାଇକରେ ରାଇଡ୍ କମାଣ୍ଡ୍ ଟେକ୍ନୋଲୋଜି ସହ ଖଞ୍ଜାଯାଇଛି ଅତ୍ୟାଧୁନୀକ ଜିପିଏସ୍ ନ୍ୟାଭିଗେସନ, କନେକ୍ଟେଡ୍ ସର୍ଭିସେସ, ଷ୍ଟେଜ୍-୩ ରକଫୋର୍ଡ୍ ଫ୍ରସଗେଟ୍ ଅଡିଓ ଏବଂ ଏପଲ କାରପ୍ଲେ ଟେକ୍ନୋଲୋଜି । ସେହିପରି ଏଥିରେ ୭ଇଚଂର ଅତ୍ୟାଧୁନୀକ ଡିସପ୍ଲେ ଥିବା ବେଳେ ଖଞ୍ଜାଯାଇଛି ଅନେକ ଅତ୍ୟାଧୁନୀକ ଫିଚର୍ସ । ଏହାସହିତ ବାଇକଟିରେ ୧୯୯୭ସିସିର ହାଇସ୍ପିଡ୍ ଇଞ୍ଜିନ୍ରେ ରହିଛି ୨.୦ଲିଟର ଯୁକ୍ତ ଫୋର୍ ସିଲିଣ୍ଡର ।

ଅଧିକ ପଢନ୍ତୁ

http://192.168.1.250/2023/04/05/3220/

ବାଇକଟିର ୨୦୩ ହର୍ସପାୱାର ୧୯୫ଏନଏମର ଟର୍କ ଜେନେରେଟ୍ କରିପାରିବ । ପୋଲାରିସ୍ ସ୍ଲିଙ୍ଗସ୍ଲଟ୍ ବାଇକରେ ଉଭୟ ମାନୁଆର ଓ ଅଟୋମେଟିକ୍ ଟ୍ରାନ୍ସମିଶନ ସିଷ୍ଟମ୍ ଅପ୍ସନ ବି ରହିଛି । ମାତ୍ର ୪.୯ ସେକେଣ୍ଡରେ ବାଇକଟି ଜିରୋରୁ ୧୦୦ ସ୍ପିଡ୍ ଧରିପାରୁଥିବା ବେଳେ ଏହାର ଟପ୍ ସ୍ପିଡ୍ ରହିଛି ସର୍ବାଧିକ ୨ଶହ କିଲୋମିଟର ପର ଆୱାର । ଏହି ଅତ୍ୟାଧୁନୀକ ପୋଲାରିସ୍ ସ୍ଲିଙ୍ଗସଟ୍ ବାଇକଟିର ପ୍ରାଇସ ଆନୁମାନିକ ୨୮ଲକ୍ଷ ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମାତ୍ର ଏହାର ପ୍ରାଇସ୍ ଅଧିକ ହୋଇଥିଲେ ବି ଏହା କାର୍ ଭଳି ଉଭୟ ଚାଳକଙ୍କ ସମେତ ସହଯାତ୍ରୀଙ୍କୁ ବି ଦେବ ଜବରଦସ୍ତ ଥି୍ରଲ୍ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc