@2022 – All Right Reserved. Designed and Developed by Digital Software Inc
ଦିନକୁ ଦିନ ତେଜିବାରେ ଲାଗିଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବିବାଦ ଚର୍ଚ୍ଚା । କୁହାଯାଉଛି ଯେ, ବିରାଟ କୋହଲି ଏବେ ଇନ୍ଷ୍ଟାଗ୍ରାମରେ ସୌରଭ ଗାଙ୍ଗୁଲିଙ୍କୁ ଅନ୍ଫଲୋ କରିଦେଇଛନ୍ତି । ଏହା ପୂର୍ବରୁ ଜାରି ରହିଥିବା ଆଇପିଏଲ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ହୋଇଥିବା ମ୍ୟାଚ୍ ବେଳେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନଥିବା ସ୍ପଷ୍ଟ ବାରି ହୋଇଥିଲା । ମ୍ୟାଚ୍ ପରେ ଉଭୟ ଦଳର ସମସ୍ତ ଖେଳାଳି ଓ ଅନ୍ୟ ସଦସ୍ୟ ହାତ ମିଳାଇବା ସମୟରେ ମଧ୍ୟ ସେମାନେ ପରସ୍ପରକୁ ଅଣଦେଖା କରି ଚାଲିଯାଇଥିଲେ ।
ଶନିବାର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ତେବେ ଏହି ମ୍ୟାଚ୍ରେ ଦିଲ୍ଲୀକୁ ୨୩ ରନରେ ମାତ ଦେଇଥିଲା ବାଙ୍ଗାଲୋର । ଏହି ମ୍ୟାଚ୍ ପରେ ଉଭୟ ଦଳର ସମସ୍ତ ଖେଳାଳି ଓ କୋଚିଂ ଷ୍ଟାଫ ହାତ ମିଳାଇଥିଲେ । କିନ୍ତୁ ଯେତେବେଳେ ବିରାଟ କୋହଲି ଓ ସୌରଭ ଗାଙ୍ଗୁଲି ମୁହାଁମୁହିଁ ହୋଇଥିଲେ, ସେତେବେଳେ ଉଭୟ ପରସ୍ପରକୁ ଅଣଦେଖା କରି ଚାଲିଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯାହାକୁ ନେଇ ଏବେ ମଧ୍ୟ ଉଭୟଙ୍କ ମଧ୍ୟରେ ବିବାଦ ଥମି ନଥିବା ଚର୍ଚ୍ଚା ଜୋର ଧରିଥିଲା ।
ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଥିବା ସମୟରେ ବିରାଟ କୋହଲି ଭାରତୀୟ ଟି୨୦ କ୍ରିକେଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା । ଏହାପରେ ୨୦୨୧ରେ ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଥିଲେ । ସେ କହିଥିଲେ ଯେ ଚୟନ କମିଟି ଓ ତାଙ୍କ ମଧ୍ୟରେ ଦିନିକିଆ ଅଧିନାୟକ ପଦରେ ପରିବର୍ତ୍ତନ ନେଇ କୌଣସି ଚର୍ଚ୍ଚା ହୋଇନଥିଲା । ସେହିଭଳି ଟେଷ୍ଟ ସିରିଜ ପାଇଁ ଚୟନ ବୈଠକର କିଛି ସମୟ ପୂର୍ବରୁ ହିଁ ତାଙ୍କୁ ଅବଗତ କରାଯାଇଥିଲା ଯେ, ସେ ଏହି ସିରିଜରେ ଅଧିନାୟକ ରହିବେ ନାହିଁ ବୋଲି ଚୟନକର୍ତ୍ତା ମାନେ ନିଷ୍ପତ୍ତି ନେଇଛନ୍ତି । ଯଦିଓ ଗାଙ୍ଗୁଲି ଏଭଳି ନିଷ୍ପତ୍ତି କୋହଲିଙ୍କ ସହ ଆଲୋଚନା କରି ନିଆଯାଇଥିବା ସ୍ପଷ୍ଟ କରିଥିଲେ, କିନ୍ତୁ ଗାଙ୍ଗୁଲିଙ୍କ ଏହି ମତକୁ ଖଣ୍ଡନ କରିଥିଲେ କୋହଲି ।
ଦେଶର ବିଭିନ୍ନ ସହରରେ ବର୍ତ୍ତମାନ ତାପମାତ୍ରା ବଢିବାରେ ଲାଗିଛି । ଲୋକ ସକାଳ ୯ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାହାରକୁ ବାହାରି ପାରୁନାହାନ୍ତି । ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ସହରକୁ ହିଟ୍ ୱେବ ମଧ୍ୟ ଜାରି କରାଯାଉଛି । ଏହି କ୍ରମରେ ଉତ୍ତର ପ୍ରଦେଶର ପ୍ରୟାଗ ରାଜ ସହର ୪୪.୬ ଡିଗ୍ରୀ ସହିତ ଭାରତର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ସେହିପରି ଓଡିଶାର ବାରିପଦା ୪୪.୨ ଡିଗ୍ରୀ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।


ଏହାପରେ ଝାନ୍ସୀ ୪୩.୬ ଡିଗ୍ରୀ, ବୌଦ୍ଧ ୪୩.୫ ଡିଗ୍ରୀ, ଡାଲଟୋଗଞ୍ଜ ୪୩.୪ ଡିଗ୍ରୀ, ଝାରସୁଗୁଡା ୪୩.୪ ଡିଗ୍ରୀ, ପାଟନା ୪୩.୨ ଡିଗ୍ରୀ, ଖଜୁରାହୋ ୪୩.୨ ଡିଗ୍ରୀ, ସମ୍ବଲପୁର ୪୩.୨ ଡିଗ୍ରୀ ଓ ଶ୍ରୀନିକେତନ ୪୩.୨ ଡିଗ୍ରୀ ତାପମାତ୍ରା ରହିଛି ।
ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି, ଭିନ୍ନ ଭିନ୍ନ ପରମ୍ପରାର ଲୋକ ବସବାସ କରନ୍ତି । ସେମାନଙ୍କର ବେଶଭୁଷା ପୋଷାକ ପତ୍ର ଏବଂ ଚଳଣୀ ପରସ୍ପର ଠାରୁ ଅଲଗା । ମଧ୍ୟ ପ୍ରଦେଶ ରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳେ । ଏଠାରେ ଝିଅ ବାହାଘରର ପରେ ନାଲି ନୁହେଁ ବରଂ ଧଳା ରଙ୍ଗର ବସ୍ତ୍ରପିନ୍ଧି ବିଦା ହୋଇଥାଏ ।
ସୂଚନାନୁସାରେ ମଧ୍ୟ ପ୍ରଦେଶରେ ଭିମଡୋଙ୍ଗରୀ ଗାଁ ରହିଛି । ଗ୍ରାମରେ ଆଦିବାସୀଙ୍କ ସଂଖ୍ୟା ଅନ୍ୟ ଲୋକଙ୍କ ଠାରୁ ଖୁବ ଅଧିକା । ଏବଂ ଏହି ଆଦିବାସୀମାନେ ବିବାହକୁ ନେଇ ଏକ ଆଶ୍ଚର୍ଯ୍ୟକର ପ୍ରଥାର ପାଳନ କରନ୍ତି । ଗ୍ରାମବାସୀମାନେ ଗୌଣ୍ଡି ଧର୍ମ ମାନନ୍ତି । ଗୌଣ୍ଡି ଧର୍ମରେ ଧଳା ପୋଷାକକୁ ଶୁଭ ଓ ପବିତ୍ର ବୋଲି ମନେ କରାଯାଏ । ଏହି ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଘରେ ସୁଖଶାନ୍ତି ଲାଗି ରହିଥାଏ । ସେହି କାରଣରୁ ବିବାହ ସମୟରେ କନ୍ୟା ଧଳା ବସ୍ତ୍ର ପରିଧାନ କରି ବିବାହ କରନ୍ତି । ଏବଂ ନିଜ ନୂଆ ଜୀବନର ଆରମ୍ଭ କରିବା ପାଇଁ ଧଳା ରଙ୍ଗକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ।




ବିବାହ ବ୍ୟତୀତ ଅନ୍ୟ ଶୁଭ କାମରେ ମଧ୍ୟ ଭିମଡୋଙ୍ଗରୀ ଗାଁର ମହିଳାମାନେ ଧଳା ରଙ୍ଗର ପୋଷାକ ପରିଧାନ କରନ୍ତି । କିନ୍ତୁ ଅନ୍ୟପକ୍ଷରେ ନାଲି ରଙ୍ଗର ପୋଷାକକୁ ଗାଁର ମହିଳାମାନେ ଅଶୁଭ ବୋଲି ବିବେଚନା କରନ୍ତି । ଯଦି ସେମାନେ ବିବାହ ସମୟରେ ନାଲି ବସ୍ତ୍ର ପିନ୍ଧିବେ ବା ଶୃଙ୍ଗାର କରିବେ ତେବେ ସେମାନଙ୍କୁ ଶାରୀରିକ କଷ୍ଟ ଭୋଗିବାକୁ ପଡିବ । ଏହାଛଡା ସେଠାରେ ବିବାହ ସମୟରେ ଚାରି ଫେରା କନ୍ୟା ଘରେ ହୋଇଥାଏ । ଏବଂ ବାକି ୩ଫେରା ବର ଘରେ ଅନୁଷ୍ଠିତ ହୋଇଥାଏ ।
ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଦିନ ୯ଟା ବାଜିଲେ ଘରୁ ବାହାରିବା ମୁସ୍କିଲ । ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଦିନ ଗୋଟାଏ ସୁଦ୍ଧା ୪୦ଡିଗ୍ରୀ ଉପରେ ରହିଛି । ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ସହ ଗରମ ଲାଗି ରହିଛି ।


ସୋମବାର ଅପରାହ୍ନରେ ୧୯ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ବିଭିନ୍ନ ୱେଦର ଆପର ରିପୋର୍ଟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଆଜି ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ସହର ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ।
ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଶକ୍ତ ଝଟକା । ଦଳର ପୁଣିଜଣେ ଟାଣୁଆ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି । ଟିକେଟ୍ ନ ମିଳିବା ଯୋଗୁଁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ବିଜେପିକୁ ଅଲବିଦା କହିଛନ୍ତି । ଆଜି ସକାଳେ ବେଙ୍ଗାଲୁରୁ ପାର୍ଟି ଅଫିସରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ସୂଚନା ମୁତାବକ ଗତ କିଛିଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ କର୍ଣ୍ଣାଟକ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସଙ୍ଗପ୍ପା ସାୱାଡି । କର୍ଣ୍ଣାଟକ କଂଗ୍ରେସ ସଭାପତି ଡି. କେ. ଶିବକୁମାର ଏ ନେଇ ସୂଚନା ଦେଇଛନ୍ତି । ଶିବକୁମାର କହିଛନ୍ତି, ଲକ୍ଷ୍ମଣ ସାୱାଡି ଓ ଜଗଦୀଶ ସେଟ୍ଟାରଙ୍କ ସହ ମୋର ଦୀର୍ଘ ସମୟ ଆଲୋଚନା ହୋଇଛି । ସେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି । କଂଗ୍ରେସ ନେତା ସିଦ୍ଧରମେୟା କହିଛନ୍ତି, ସାୱାଡିଙ୍କର ଗୋଟିଏ ସର୍ତ ରହିଛି, ତାଙ୍କୁ ଅଥାନୀ ଟିକେଟ୍ ଦିଆଯିବ । ସେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବେ ଏବଂ ବିଜୟୀ ହେବେ ।
ସେହିପରି କଂଗ୍ରେସରେ ଯୋଗ ଦେବା ପରେ ଜଗଦୀଶ କଂଗ୍ରେସରେ ସାମିଲ ହେବା ପରେ ବିଜେପିକୁ କଡ଼ା ସମାଲୋଚନା କରି କହିଛନ୍ତି । ସପ୍ତମଥର ପାଇଁ ମୁଁ ହୁବ୍ୱାଲି-ଧରୱାଡ୍ ଆସନରେ ବିଜୟୀ ହେବି । ସୂଚନା ମୁତାବକ, ଜଗଦୀଶ ସେଟ୍ଟାରଙ୍କର କର୍ଣ୍ଣାଟକରେ ବେଶ୍ ଦବଦବା ରହିଛି । ସେ କର୍ଣ୍ଣାଟକର ଲିଙ୍ଗାୟତ ସମାଜକୁ ପ୍ରତିନିଧିତ୍ୱ କରୁଛନ୍ତି । କର୍ଣ୍ଣାଟକରେ ୧୮ପ୍ରତିଶତ ଭୋଟର ଥିବା ବେଳେ ସେମାନଙ୍କର ସମସ୍ତ ଭୋଟ୍ ଏବେ ଜଗଦୀଶଙ୍କ ପଟକୁ ଯିବ । କାରଣ ଲିଙ୍ଗାୟତ ସମାଜରେ ଜଗଦୀଶ ସେଟ୍ଟାରଙ୍କ ବେଶ ବେଶ୍ ଭଲ ଦବଦବା ରହିଛି । ଏମାନେ ବିଜେପିର ଦୃଢ ସମର୍ଥ ହୋଇଥିଲେ ବି ସେଟ୍ଟାରଙ୍କ ପ୍ରତି ରହିଛି ଏମାନଙ୍କର ଦୁର୍ବଳତା । ତେଣୁ ଏଠାରେ ବହୁ ସଂଖ୍ୟାକ ଲିଙ୍ଗାୟତ ସମାଜର ଭୋଟ୍ ବିଜେପି ବିପକ୍ଷରେ ଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ଚିନ୍ତାରେ ଭାରତୀୟ ଜନତା ପାର୍ଟି । କାରଣ ଠିକ୍ ନିର୍ବାଚନର କେଇଦିନ ପୂର୍ବରୁ କର୍ଣ୍ଣାଟକ ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଦଳକୁ ଅଲବିଦା କହିବା ଏବେ ଚିନ୍ତାର କାରଣ ସାଜିଛି ।
ଜରୁରୀ ସେବାରେ ବ୍ୟାଘାତ ନ ଘଟାଇବାକୁ ଲାଗୁ ହେଲା ଏସମା । ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହୋଇଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଥିବା ବେଳେ ଏହା ୬ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।





ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେନି । ନର୍ସ, ଫାର୍ମାସିଷ୍ଟ୍, ପାରାମେଡିକ୍ ଟେକ୍ନିସିଆନ୍ଙ୍କ ପ୍ରତି ଏହି ଏସମା ଲାଗୁ ହୋଇଛି । ସେହିପରି ବିଭିନ୍ନ ମେଡିକାଲର ଅନ୍ୟ ତୃତୀୟ ଓ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ପ୍ରତି ବି ଏସମା ଲାଗୁ କରାଯିବା ସହ ଏହା ୬ମାସ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି ।
ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ । ବିଭିନ୍ନ ସମୟରେ ସେ ବଏଫ୍ରେଣ୍ଡ ଶେଖର ପାହାଡିଆଙ୍କ ସହ ନଜର ଆସୁଛନ୍ତି । ବର୍ତ୍ତମାନ ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି । ଦୁହେଁ ଏକାଠି ଗ୍ରୀଷ୍ମ ଛୁଟି କାଟିବା ନିମନ୍ତେ ମୁମ୍ବାଇ ଛାଡିଛନ୍ତି ।
ସୂଚନାନୁସାରେ କିଛିଦିନ ହେବ ବି-ଟାଉନରେ ଅଭିନେତ୍ରୀ ଜାହ୍ନବୀ କପୁର ଓ ଶେଖର ପାହାଡିଆଙ୍କ ରିଲେସନ୍ସିପ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ପରସ୍ପରକୁ ଡେଟ୍ କରୁଥିବା ଫ୍ୟାନ୍ସମାନେ ମଧ୍ୟ ଅନୁମାନ କରୁଛନ୍ତି । ଏହାରି ମଧ୍ୟରେ ଗତକାଲି ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ୍ କରାଯାଇଛି । ଦୁହେଁ ଗ୍ରୀଷ୍ମ ଛୁଟି କାଟିବା ପାଇଁ ମୁମ୍ବାଇ ଛାଡିଛନ୍ତି । ଏୟାରପୋର୍ଟକୁ ଜାହ୍ନବୀ ଓଭୟ ସାଇଜ ବ୍ଲେଜର ପିନ୍ଧି ଆସିଥିବା ବେଳେ, ଶେଖର କାଜୁଆଲ ଲୁକ୍ରେ ନଜର ଆସିଥିଲେ ।
ସୂଚନାଯୋଗ୍ୟ କିଛିମାସ ପୂର୍ବରୁ ଶେଖରଙ୍କ ଜନ୍ମଦିନ ଅବସରରେ ଉଭୟ ଜାହ୍ନବୀ ଓ ଶେଖରଙ୍କୁ ତିରୁପତି ବାଲାର୍ଜୀ ମନ୍ଦିରରେ ସ୍ପଟ୍ କରାଯାଇଥିଲା । ଦୁହେଁ ମନ୍ଦିରରେ ଦର୍ଶନ କରିବା ସହିତ ପୂଜା ଅର୍ଚନା କରିଥିଲେ । ଶେଖର ପାହାଡିଆ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ନାତି । କିନ୍ତୁ ବର୍ତ୍ଥମାନ ସୁଦ୍ଧା ଜାହ୍ନବୀ କିମ୍ବା ଶେଖରଙ୍କ ନିଜ ରିଲେସନସିପ୍ ସମ୍ପର୍କରେ କୌଣସି ଅଫିସିଆଲ ଘୋଷଣା କରିନାହାନ୍ତି ।
ମାଟିରେ ମିଶିଛି ଉତ୍ତରପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ଅତିକ୍ ଅହମ୍ମଦର ସାମାଜ୍ର୍ୟ । ଯାହା କହିଥିଲେ ଶେଷରେ ତାହା ହିଁ କରି ଦେଖାଇଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମାଟିରେ ମିଶିଛି ଉମେଶ ହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ମୃତଶରୀର । ଅତିକ୍ ସାମ୍ରାଜ୍ୟ ମାଟିରେ ମିଶିବା ପରେ ଏବେ ନିଜର ସୁରକ୍ଷା ଚିନ୍ତା ଘାରିଛି ଯୋଗୀ ଆଦିତ୍ୟନାଥଙ୍କୁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତାପ୍ରକଟ କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଲକ୍ଷ୍ନୌ ବାହାରେ ଯାତ୍ରା ସମୟରେ ସିଏମ ଯୋଗୀଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇଦିଆଯିବ । କାରଣ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ସହ ବିଜେପିର ଜଣେ ଷ୍ଟାର ପ୍ରଚାରକ ।





ଏଭଳି ପରିସ୍ଥିତିରେ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୂଚନା ମୁତାବକ ଅତିକ୍ ଅହମ୍ମଦ ଏବଂ ତାଙ୍କ ଅସରଫ ଅହମ୍ମଦଙ୍କ ହତ୍ୟା ପରେ ସିଏମ୍ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ । ଏଥିରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା । ଯୋଗୀ ଆଦିତ୍ୟନାଥ ସରକାର ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇଙ୍କୁ ପ୍ରୟାଗରାଜରେ ପୋଲିସ ସମ୍ମୁଖରେ ହତ୍ୟା କରିବା ପରଠାରୁ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଘଟଣାର ଅନୁସନ୍ଧାନ ପାଇଁ ପ୍ରୟାଗ କମିଶନର ଏସଆଇଟି ଗଠନ କରିଛନ୍ତି । ଏହି ଏସଆଇଟି ସୋମବାର ମଧ୍ୟ ଅନେକ ସ୍ଥାନରେ ଚଢାଉ କରିଥିଲା । ଅନ୍ୟପକ୍ଷରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବାକୁ ସେମାନଙ୍କ ଘରେ ପହଞ୍ଚିଥିଲା । ଏହି ସମୟରେ ପୋଲିସ ସେମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା ଚଳାଇଛି ।
ଓଡ଼ିଶା ମାଧ୍ୟମିକ ଶିକ୍ଷାପରିଷଦ ପକ୍ଷରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି । ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ମାଟ୍ରିକ୍ ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟର ପରୀକ୍ଷା ଖାତା ଦେଖା ସରିଛି । ଆସନ୍ତା ମେ’ ତୃତୀୟ ସପ୍ତାହ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତଥର ସମଗ୍ର ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ଖାତାଦେଖାରେ ନିୟୋଜିତ ହୋଇଥିଲେ ୧୩ହଜାରରୁ ଅଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଖାତା ମୂଲ୍ୟାଙ୍କନ ସରିବା ପରେ ଏଣିକି ଟାବଲେସନ ଉପରେ ଧ୍ୟାନ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏଥର ଭଲରେ ଖାତା ଦେଖା ସରିଛି ତେଣୁ ନିର୍ଦ୍ଧାରୀତ ସମୟ କିମ୍ବା ପରେ ପରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ସମସ୍ତ ଚେଷ୍ଟା କରାଯାଉଛି ।

ଏହାସହିତ ଯେଉଁ ସେଟ୍ ପ୍ରଶ୍ନପତ୍ର ତ୍ରୁଟି ଦେଖାଦେଇଥିଲା ସେ ଛାତ୍ରଛାତ୍ରୀଙ୍କୁ ବୋର୍ଡର ନିୟମ ଅନୁଯାୟୀ ମାର୍କ ପ୍ରଦାନ କରାଯିବ । ସେ ପିଲାମାନଙ୍କର କିଛି ବି ସମସ୍ୟା ହେବନି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ଏଥର ରାଜ୍ୟର ୩ହଜାର ୨୧୮ଜଣ ପରୀକ୍ଷା କେନ୍ଦ୍ରରେ ମୋଟ୍ ୫ଲକ୍ଷ ୨୫ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଚଳିତବର୍ଷ ମାର୍ଚ୍ଚ ୧୦ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
