@2022 – All Right Reserved. Designed and Developed by Digital Software Inc
ପ୍ରକାଶ ପାଇଛି ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ । ରିପୋର୍ଟ ଅନୁସାରେ ନ୍ୟାୟ ପ୍ରଦାନରେ ଓଡ଼ିଶା ସବୁଠାରୁ ଭଲ । ଏଠାରେ ମିଳୁଛି ତୁରନ୍ତ ନ୍ୟାୟ, ଏପରି କି ପୋଲିସର ଫେକ୍ ଏନକାଉଣ୍ଟର ମଧ୍ୟ ନାହିଁ । ଥାନାକୁ ଗଲେ ପୋଲିସ ପୂର୍ବାପେକ୍ଷା ଭଲ ବ୍ୟବହାର ଦେଖାଉଛି । ସର୍ବଭାରତୀୟ ସର୍ଭେ ସଂସ୍ଥା ଇଣ୍ଡିଆ ଜଷ୍ଟିସ୍ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ନ୍ୟାୟ ପ୍ରଦାନରେ ଯଥେଷ୍ଟ ଉନ୍ନତି ଆସିଛି । ୨୦୨୨ରେ ଓଡ଼ିଶା ୧୦ମ ସ୍ଥାନରେ ରହିଛି । ଯାହା ଗ୍ରୀନ ଜୋନରେ ଆସୁଛି । ୨୦୨୦ରେ ଓଡ଼ିଶା ନ୍ୟାୟ ପ୍ରଦାନରେ ୧୧ତମ ସ୍ଥାନରେ ଥିଲା । ହେଲେ ଯେବେଠାରୁ ରାଜ୍ୟରେ ୫-ଟି ଓ ମୋ’ ସରକାର ବ୍ୟବସ୍ଥା ସକ୍ରିୟ ହୋଇଛି ସେବେଠାରୁ ନ୍ୟାୟ ପ୍ରଦାନ ଆହୁରି ତ୍ୱରାନ୍ୱିତ ହୋଇଛି । ଉତ୍ତରପ୍ରଦେଶ ୧୮ତମ ସ୍ଥାନରେ ରହି ସବୁଠାରୁ ତଳେ ରହିଛି । ଉତ୍ତରପ୍ରଦେଶ ଉପରକୁ ରହିଛି ପଶ୍ଚିମବଙ୍ଗ, ବିହାର ଓ ରାଜସ୍ଥାନ । ବିଶେଷକରି ବିଜେପି ଶାସିତ ରାଜ୍ୟଗୁଡିକ ଓଡ଼ିଶାଠାରୁ ପଛରେ ରହିଯାଇଛନ୍ତି ।
ଓଡ଼ିଶାରେ ଇ-ଗଭର୍ଣ୍ଣାନ୍ସ ହାଇକୋର୍ଟ ସର୍ବଶ୍ରେଷ୍ଠ କୋର୍ଟ ଭାବେ ସୁପ୍ରିମକୋର୍ଟଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ସେହିପରି ପୋଲିସ ଓ ମାନବସମ୍ବଳ ପରିଚାଳନାରେ ଓଡ଼ିଶା ଚତୁର୍ଥ ର୍ୟାଙ୍କରେ ରହିଛି । ସବୁଠୁ ଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବେ ଆସିକା ଥାନା କେନ୍ଦ୍ରର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବି ପୁରସ୍କୃତ ହୋଇଛି । ୨୦୨୪ସୁଦ୍ଧା ସବୁ ବ୍ଲକରେ ହେବ ଇ-କୋର୍ଟ । ୪ଟି ପାରାମିଟର ଯଥା ପୋଲିସ, ପ୍ରିଜିନ୍ସ, ଜୁଡିସିଆରୀ ଓ ଲିଗାଲ୍ ଏଡ୍ ଆଧାରରେ ସବୁ ରାଜ୍ୟ ପାଇଁ ଏହି ରିପୋର୍ଟ ପ୍ରସ୍ତୁତ ହୁଏ । ୧୦୦ଟି ଇଣ୍ଡିକେଟର ସହ ପ୍ରତ୍ୟେକ ରାଜ୍ୟରେ ବାସ୍ତବ ସ୍ଥିତି ଯାଞ୍ଚ୍ କରି କ୍ୟୁରେଟରମାନେ ଏହି ସର୍ଭେ କରିଥାଆନ୍ତି । ଏଥିରେ କୌଣସି ତ୍ରୁଟି ନଥାଏ ବୋଲି ସ୍ପଷ୍ଟ କରିଛନ୍ତି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ । ତହସିଲଠାରୁ କୋର୍ଟ ସବୁ କାର୍ଯ୍ୟ ଯେଭଳି ଅନଲାଇନ୍ ହେବ ସେ ନେଇ ରାଜ୍ୟସରକାର ପ୍ରସ୍ତୁତ କରିଛନ୍ତି ଭିତ୍ତିଭୂମି । ସବୁ ପଞ୍ଚାୟତ ହେବ ସ୍ମାର୍ଟ । ଆଗାମୀ ଦିନରେ ନ୍ୟାୟ ପ୍ରଦାନରେ ଓଡ଼ିଶା ସରକାର ୧ନଂ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ବୋଲି ଜଣାପଡିଛି ।
ବଲିଉଡ ଫିଲ୍ମ କିସି କା ଭାଇ କିସି କି ଜାନକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ସଲମାନ ଓ ପୂଜା ହେଗଡେଙ୍କ ରିଲେସନ୍ସିପ୍କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ଅପଡେଟ୍ । ଚର୍ଚ୍ଚା ହେଉଛି ପୂଜା ଓ ସଲମାନ ପରସ୍ପରକୁ ଡେଟ୍ କରୁଛନ୍ତି । ଏହାରି ମଧ୍ୟରେ ଡେଟ୍ ସମ୍ପର୍କରେ ମୁହଁ ଖୋଲିଛନ୍ତି ଆକ୍ଟ୍ରେସ ପୂଜା ହେଗଡେ ।
ସୂଚନାନୁସାରେ କିଛିଦିନ ହେବ ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ ପୂଜା ହେଗଡେ ପରସ୍ପରକୁ ଡେଟ୍ କରୁଥିବା ଚର୍ଚ୍ଚା ହେଉଛି । କିଛିମାସ ପୂର୍ବରୁ ସଲମାନ ପୂଜାଙ୍କ ଭାଇଙ୍କ ବିବାହରେ ଯୋଗ ଦେଇଥିଲେ । ସେହି ସମୟରେ ଉଭୟ ସଲମାନ ଓ ପୂଜାଙ୍କ ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏକ ଇଣ୍ଟରଭିୟ୍ୟୁରେ ପୂଜାଙ୍କୁ ସଲମାନ ଓ ତାଙ୍କ ରିଲେସନସିପ୍ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ପୂଜା କହିଛନ୍ତି ଏ ବିଷୟରେ କଣ କହିବି ? ଏହି ଖବର ସଂପୂର୍ଣ୍ଣ ଗୁଜବ ଅଟେ । ପୂଜା ଆହୁରି ମଧ୍ୟ କହିଛନ୍ତି ସେ ସିଙ୍ଗିଲ୍ ଅଛନ୍ତି, ତାଙ୍କୁ ଏକୁଟିଆ ରହିବା ପାଇଁ ଭଲ ଲାଗିଥାଏ । ଏହାଛଡା ସେ ଆହୁ୍ରି ମଧ୍ୟ କହିଛନ୍ତି ବର୍ତ୍ତମାନ କେବଳ ନିଜ କ୍ୟାରିୟର ଉପରେ ଫୋକସ କରୁଛନ୍ତି ।
ସୂଚନାଯୋଗ୍ୟ ସଲମାନଙ୍କ ଅପକମିଙ୍ଗ ଫିଲ୍ମ କିସି କା ଭାଇ କିସି କି ଜାନରେ ପୂଜା ସଲମାନଙ୍କ ବିପକ୍ଷରେ ଲିଡ୍ ରୋଲରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ଫିଲ୍ମରେ ଶେହନାଜ ଗିଲ୍, ରାଘବ ଜୁଏଲ, ପଲକ ତିୱାରୀ, ସିଦ୍ଧାର୍ଥ ନିଗମ ପ୍ରମୁଖ ନିଜର ଆସିବେ । ବର୍ତ୍ତମାନ ପୁରା ଟିମ୍ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ, ଏପ୍ରିଲ ୨୧ ତାରିଖରେ ଫିଲ୍ମ ରିଲିଜ ପାଇଁ ଲକ୍ଷ୍ୟ ରଖାଯାଇଛି ।
ସୋସିଆଲ ମିଡିଆରେ ଏକ କୁନି ଝିଅର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିକ୍ୱେଷ୍ଟ କରି କହୁଛନ୍ତି ମୋଦୀ ଜୀ ଆପଣ ସମସ୍ତଙ୍କ କଥା ଶୁଣୁଛନ୍ତି, ଏବେ ମୋ କଥା ମଧ୍ୟ ଶୁଣନ୍ତୁ ।
ସୂଚନାନୁସାରେ ଜମ୍ମୁ କାଶ୍ମୀର କାଠୁଆ ଜିଲ୍ଲାର ଲୋହାଇ-ମଲ୍ଲହାର ଗ୍ରାମର କୁନି ଝିଅ ସିରତ ନାଜ ଭିଡିଓ ମାଧ୍ୟମରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସିରତ ନିଜକୁ ସ୍ଥାନୀୟ ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଛାତ୍ରୀ ବୋଲି ଦର୍ଶାଇଛି । ଏବଂ କହୁଛନ୍ତି ମୋଦୀ ଜୀ ଆପଣ ସମସ୍ତଙ୍କ କଥା ଶୁଣୁଛନ୍ତି, ମୋ କଥା ମଧ୍ୟ ଶୁଣନ୍ତୁ । ମୁଁ ପଢୁଥିବା ସ୍କୁଲର ଅବସ୍ଥା ବେଶ ଶୋଚନୀୟ । ସେ ଆହୁରି ମଧ୍ୟ କହୁଛନ୍ତି ସେ ପଡୁଥିବା ବିଦ୍ୟାଳରେ ଛାତ୍ରଛାତ୍ରୀଙ୍କ ବସିବା ନିମନ୍ତେ, ଟେବୁଲର ମଧ୍ୟ ବ୍ୟବସ୍ଥା ନଥିବା ବେଳେ, ଶିକ୍ଷକମାନେ ପିଲାଙ୍କୁ ତଳେ ବସାଇ ପାଠ ପଢାଉଛନ୍ତି । ସିରତ ଅନ୍ୟ ଏକ କୋଠାକୁ ଦେଖାଇ କହୁଛନ୍ତି ଏହି ସ୍କୁଲଟି ଆମ ପାଇଁ ୫ ବର୍ଷ ହେବ ନିର୍ମାଣ ହେଉଛି । କିନ୍ତୁ ଏହାର କାମ ସରୁନାହିଁ କିମ୍ବା ଏହାର ମଧ୍ୟ ଅବସ୍ଥା ଭଲ ନାହିଁ ।
ସ୍କୁଲରେ ଥିବା ସମସ୍ୟା ବିଷୟରେ ଜଣାଇବା ପରେ ସିରତ ନିବେଦନ କରୁଛନ୍ତି ମୋଦୀ ଜୀ ଆମ ନିମନ୍ତେ ଗୋଟିଏ ଭଲ ସ୍କୁଲ ନିର୍ମାନ କରି ଦିଅନ୍ତୁ । ବର୍ତ୍ତମାନ ଏହି କୁନି ଝିଅର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି|
ଋଣଧାରୀଙ୍କ ପାଇଁ ଖୁସି ଖବର । ଆରବିଆଇ ଜାରି କରିଛି ନୂଆ ନିୟମ । ଏଣିକି ଇଏମଆଇ ଦେବାକୁ ଡେରି ହେଲେ ଦେବାକୁ ପଡିବନି ଜରିମାନା । ବିଭିନ୍ନ କାରଣରୁ ଋଣ ପରିଶୋଧ କରିବାରେ ଅକ୍ଷମ ହେଉଥିବା ଲୋକଙ୍କୁ ଆଉ ପୂର୍ବଭଳି ଭାରି ଜରିମାନା ଦେବାକୁ ପଡ଼ିବନି । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଛି ଚିଠା ନିୟମ । ଋଣଧାରୀଙ୍କ ଉପରେ ଲାଗୁ ହୋଇଥିବା ଜରିମାନା ଉପରେ ବ୍ୟାଙ୍କ କିମ୍ବା ଆର୍ôଥକ ସଂସ୍ଥା ସୁଧ ଅସୁଲ କରିବା ବେଆଇନ ବୋଲି କହିଛି ଆରବିଆଇ । ଜରିମାନା ଆଦାୟ ବ୍ୟାଙ୍କ ପାଇଁ ଆୟର ମୂଳଉତ୍ସ ନୁହେଁ ବୋଲି ଆରବିଆଇ ଚିଠାରେ କୁହାଯାଇଛି । ଜରିମାନାକୁ ସୁଧ ନୁହେଁ ବରଂ ଏକ ଫି’ ଭାବେ ଆଦାୟ କରାଯାଉ । ଏହାସହ ଆରବିଆଇ କହିଛି, ଏହା ବ୍ୟାଙ୍କଗୁଡିକ ଋଣଧାରୀଙ୍କ ଉପରେ ଦଣ୍ଡବିଧାନ କରିବାର ଅଧିକାର ଦେଇଛି, କିନ୍ତୁ ଏହାର ଅପବ୍ୟବହାର କରାଯାଉଛି ।
ବ୍ୟାଙ୍କଗୁଡିକ ଇଏମଆଇ ଫାଇନକୁ ଏକ ରାଜସ୍ୱ ଅଭିବୃଦ୍ଧିର ଉପକରଣ ଭାବେ ବ୍ୟବହାର କରୁଛନ୍ତି । ଆରବିଆଇର ଚିଠା ନିୟମ ଅନୁଯାୟୀ ଅନେକ ନିୟନ୍ତ୍ରିତ ସଂସ୍ଥା ଜରିମାନା ସୁଧହାର ଆଦାୟ କରିଥାଆନ୍ତି । ଚିଠା ନିୟମରେ କୁହାଯାଇଛି, ମୂଳ ସୁଧହାର ବ୍ୟତୀତ ଜରିମାନା ସୁଧହାରକୁ ବ୍ୟାଙ୍କ କିମ୍ବା ଆର୍ôଥକ ସଂସ୍ଥାଗୁଡିକ ରାଜସ୍ୱ ଅଭିବୃଦ୍ଧି ଉପକରଣ ଭାବେ ବ୍ୟବହାର କରାଯିବା ଅନୁଚିତ୍ । ସମୀକ୍ଷାରୁ ଜଣାପଡ଼ିଛି ଯେ, ଦଣ୍ଡିତ ସୁଧ ଆଦାୟକୁ ନେଇ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ମଧ୍ୟରେ ବିଭିନ୍ନ ନିୟମ ରହିଛି । ଏହାକୁ ନେଇ ଗ୍ରାହକଙ୍କ ଆଡୁ ବହୁ ଅଭିଯୋଗ ଆସୁଛି ଯାହା ବିବାଦ ସୃଷ୍ଟି କରୁଛି । ଚିଠା ନିୟମରେ ଆରବିଆଇ ପ୍ରସ୍ତାବ ଦେଇଛି ଯେ, ଏଣିକି ବିଳମ୍ବିତ ଇଏମଆଇ ପୈଠ ପାଇଁ ବ୍ୟାଙ୍କ ଜରିମାନା ସୁଧହାର ଆକାରରେ ଆଦାୟ କରାଯାଇପାରିବନି । ଆରବିଆଇର ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଉଚିତ୍ ବୋଲି ସର୍କୁଲାରରେ କୁହାଯାଇଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ଗାଡି ବିକ୍ରି ଶତକଡ଼ା ୨୬.୭ପ୍ରତିଶତ ବୃଦ୍ଧି ପାଇଛି । ଉଭୟ ପାସେଞ୍ଜର ଓ ବ୍ୟକ୍ତିଗତ ଗାଡିଗୁଡିକର ବିକ୍ରି ବୃଦ୍ଧି ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସେମିକଣ୍ଡକ୍ଟର ଚିପ୍ ସହଜରେ ଉପଲବ୍ଧ ହେବା ଏବଂ ଏସୟୁଭିର ଚାହିଦା ବୃଦ୍ଧି ପାଉଥିବାରୁ ଏହାର ଅନୁକୁଳ ପ୍ରଭାବ ପଡିଛି ବିକ୍ରି ଉପରେ । ୨୦୨୩ ମାର୍ଚ୍ଚ ୩୧ସୁଦ୍ଧା ଶେଷ ହେଉଥିବା ଆର୍ଥିକ ବର୍ଷରେ ଦେଶରେ ୩୯ଲକ୍ଷ ଗାଡି ବିକ୍ରି ହୋଇଛି । ପୂର୍ବବର୍ଷଗୁଡିକରେ ମାର୍ଚ୍ଚ ୩୧ସୁଦ୍ଧା ଏହି ସଂଖ୍ୟା ୩୧ପ୍ରତିଶତ ରହିଥିଲା ।

ସେହିପରି କେବଳ ଦୁଇଚକିଆ ଯାନ ବିକ୍ରିରେ ୧୬.୯ ପ୍ରତିଶତ ଉନ୍ନତି ପରିଲକ୍ଷିତ ହୋଇଛି । ପ୍ରଖ୍ୟାତ ଭାରତୀୟ ଅଟୋ ନିର୍ମାତା ଟାଟା ମୋଟର୍ସ, ମାରୁତି ସୁଜୁକୀ ଓ ହିରୋକର୍ପ ଭଳି ଗାଡ଼ି ନିର୍ମାତା ଗାଡି ମୂଲ୍ୟ ବୃଦ୍ଧି କରିଥିବାରୁ ଚଳିତ ଆର୍ଥିକ ବର୍ଷରେ ଏଗୁଡିକର ବିକ୍ରି ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସୋସାଇଟି ଫର୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନୁଫ୍ୟାକଚର୍ସ ପକ୍ଷରୁ ଆଶଙ୍କା ବ୍ୟକ୍ତ କରାଯାଇଛି ।
ନିର୍ବାଚନ ପରିଚାଳନା ପାଇଁ ରାଜ୍ୟ ବାର କାଉନସିଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଦିନ 10ରୁ ଅପରାହ୍ନ 5 ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ| ପରିଷଦର ମୋଟ 25ଟି ସଦସ୍ୟ ପଦବୀ ପାଇଁ ମତଦାନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟର ସମୁଦାୟ 34908 ଜଣ ଆଇନଜୀବୀ ଭୋଟ ଦେବେ।ପରିଷଦର 25ଟି ସଦସ୍ୟ ପଦବୀ ପାଇଁ ବିଭିନ୍ନ ବାର ଆସୋସିଏସନରୁ 96 ଜଣ ଆଇନଜୀବୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ପରିଷଦ ସହ ଅନୁବନ୍ଧିତ 182ଟି ବାର ଆସୋସିଏସନ ଥିବାବେଳେ ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ 167ଟି ବୁଥର ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ନିର୍ବାଚନରେ ପ୍ରିଫରେନସିଆଲ ଭୋଟ ବ୍ୟବସ୍ଥା ହୋଇଥିବାରୁ ପ୍ରତ୍ୟେକ ଆଇନଜୀବୀ 25ଟି ଭୋଟ ଦେଇପାରିବେ।
ତେବେ ଜଣେ ଭୋଟର ସର୍ବନିମ୍ନ 5ଟି ଭୋଟ ନଦେଲେ ବାଲାଟ ନାକଚ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଜଷ୍ଟିସ ପ୍ରମଥ ପଟ୍ଟନାୟକ ସୂଚନା ଦେଇଛନ୍ତି। ଆସନ୍ତା 21ରୁ ଭୋଟ ଗଣତି ଆରମ୍ଭ ହେବାକୁ ଥିବାବେଳେ ପ୍ରାୟ 2 ମାସ ଧରି ଗଣତି ଜାରି ରହିବ ବୋଲି ଜଷ୍ଟିସ ପଟ୍ଟନାୟକ କହିଛନ୍ତି।
ବଢିଚାଲିଛି ତାପମାତ୍ରା । ଦିନ ୧୦ଟା ହେଲେ ଘରୁ ବାହାରିବା ମୁସ୍କିଲ୍ । ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ, ବିଭିନ୍ନ ବିଭାଗ ପ୍ରମୁଖ ସଚିବ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ ।





ଏପରିକ୍ଷେତ୍ରରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସିଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ତଦନ୍ତ କରାଯିବ । ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୫୦ହଜାର ଟଙ୍କା ମିଳିବ ବୋଲି ଜଣାପଡିଛି । ଏହି ସହୟତାରାଶୀ ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦେବାକୁ କୁହାଯାଇଛି । ଏହାସହ ନିରବଚ୍ଛିର୍ଣ୍ଣ ବିଦ୍ୟୁତ୍ ସରବରାହ ଠିକ୍ ଭାବେ କାର୍ଯ୍ୟ କରିବାକୁ ମଧ୍ୟ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ଜଣେ ପ୍ରଖ୍ୟାତ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ୍ ଅହମ୍ମଦର ପୁଅ ଅସଦ୍ ଅହମ୍ମଦକୁ ଏନକାଉଣ୍ଟର କରିଛି ୟୁପି ଏସଟିଏଫ୍ । ଅସଦ ଅହମ୍ମଦର ସହଯୋଗୀ ମହମ୍ମଦ ଗୁଲାମ ମଧ୍ୟ ଏହି ଏନକାଉଣ୍ଟରରେ ନିହତ ହୋଇଛି । ଉଭୟଙ୍କର ଗତକାଲି ବିଳମ୍ବିତ ରାତିରେ ଝାନସୀର ମହାରାଣୀ ଲକ୍ଷ୍ମୀବାଇ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଆଜି ଉଭୟଙ୍କୁ ସମାଧି ଦିଆଯିବ । ତେବେ ପୁଅର ଶେଷ ଶୋଭାଯାତ୍ରାରେ ସାମିଲ ହେବା ନିମେନ୍ତ ଅତିକ୍ ଅହମ୍ମଦକୁ ଶେଷ ପର୍ଯ୍ୟନ୍ତ ମିଳିଲାନି ଅନୁମତି ।





ସୂଚନା ମୁତାବକ ଗତକାଲି ଅତିକ୍ ଅହମ୍ମଦ ଓ ତା’ର ଭାଇ ଅସରଫକୁ ପ୍ରୟାଗରାଜର ଏକ କୋର୍ଟରେ ହାଜର କରାଯାଇଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା । କୋର୍ଟରେ ଥିବା ସମୟରେ ହିଁ ଅତିକ୍ ଅହମ୍ମଦ ପୁଅର ଏନକାଉଣ୍ଟର ଖବର ପାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ଏପରି କି ପୁଅ ଅସଦର ଶେଷକୃତ୍ୟ ବେଳେ ଉପସ୍ଥିତ ରହିବାକୁ ଅତିକ୍ ଅହମ୍ମଦ ପ୍ରୟାଗରାଜର ଏକ କୋର୍ଟଙ୍କୁ ଅନୁମତି ମାଗିଥିଲେ ବି ତା’କୁ ନିରାଶ ହେବାକୁ ପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ଏଥିନିମନ୍ତେ ତା’କୁ ଅନୁମତି ଦେବାକୁ କୋର୍ଟ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି । ଏବେ ପୁଅର ଶେଷ ଦର୍ଶନ କରିପାରିବନି କି ତା’ର ଅନ୍ତ୍ୟେଷ୍ଟିକ୍ରିୟାରେ ବି ଯୋଗଦେଇପାରିବନି ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ।
ଜାରି ହୋଇଛି କେନ୍ଦ୍ର ସରକାରଙ୍କ ଲିଷ୍ଟ୍ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍ କରାଯାଇସାରିଲାଣି । ଏବେ ପୁଣିଥରେ ବ୍ୟାଙ୍କକୁ ପ୍ରାଇଭେଟାଇଜେସନ୍ କରାଯିବ ବୋଲି ଖବର ସାମ୍ନାକୁ ଆସିଛି । ସରକାର ଅନେକ ବ୍ୟାଙ୍କ ଏବଂ କମ୍ପାନୀକୁ ପ୍ରାଇଭେଟ୍ କରିବାକୁ ନେଇଛନ୍ତି ନିଷ୍ପତି । ଯାହାକୁ ନେଇ ଜୋରସୋରରେ କାମ ଚାଲିଥିବା ବେଳେ ସରକାରୀ କର୍ମଚାରୀ କିନ୍ତୁ ଏହାକୁ ବିରୋଧ କରୁଛନ୍ତି ।






