@2022 – All Right Reserved. Designed and Developed by Digital Software Inc
ଦରମା ମାତ୍ର ୩୦ହଜାର । ପେଶାରେ ଜଣେ ସବ୍ ଇଞ୍ଜିନିୟର । ହେଲେ ତାଙ୍କ ପାଖରେ ରହିଛି ଦାମୀ ବଙ୍ଗଳା ସହ ୩୦ଲକ୍ଷର ଟିଭି, ୫୦ଟି ବିଦେଶୀ କୁକୁର ଓ ଥାର ସମେତ ୧୦ ଲକଜରୀ କାର । ଦରମାର ମୋଟ୍ ୨୩୦ଗୁଣା ସମ୍ପତ୍ତି ରହିଛି ତାଙ୍କ ପାଖରେ । ଏହି ମହିଳା ସବ୍-ଇଞ୍ଜିନିୟର ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର । ସବ୍ ଇଞ୍ଜିନିୟର ହେମା ମିଣାଙ୍କ ଫାର୍ମ ହାଉସରେ ଚଢାଉ କରିଛି ଭୋପାଳ ଲୋକାୟୁକ୍ତ ବିଭାଗ । ଦୁର୍ନୀତିର ଚରମସୀମାରେ ପହଞ୍ଚିଛନ୍ତି ସବ୍-ଇଞ୍ଜିନିୟର ହେମା । ଭୋପାଳ ଲୋକାୟୁକ୍ତ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢଉ କରିଛନ୍ତି ।

ଚଢଉ ବେଳେ ତାଙ୍କ ଆୟର ମୋଟ୍ ୨୩୦ଗୁଣ ସମ୍ପତ୍ତି ଜବତ କରିଛି ଲୋକାୟୁକ୍ତ ବିଭାଗ । ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ମଧ୍ୟପ୍ରଦେଶ ପୋଲିସ ହାଉସିଂ କର୍ପୋରେସନରେ କାର୍ଯ୍ୟରତ ହେମାଙ୍କ ଘରେ ଚଢାଉ କରିଥିଲେ । ଏବେ ବି କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ବେଳେ ହେମାଙ୍କ ନିକଟରୁ ଜବତ୍ ହୋଇସାରିଲାଣି ୭କୋଟି ଟଙ୍କାର ସମ୍ପତ୍ତି । ସବ୍ ଜୁନିୟର ହେମା ମିଣା ତାଙ୍କ ବାପାଙ୍କ ନାଁରେ ୨୦ହଜାର ବର୍ଗଫୁଟର ଜମି ନେଇଥିବା ବେଳେ ୧କୋଟି ଟଙ୍କାର ଘର ଆଲିସାନ୍ ଘର ବି ତିଆରି କରିଛନ୍ତି । ହେମାଙ୍କ ବିରୋଧରେ ୨୦୨୦ରେ ଆୟଠାରୁ ଅଧିକ ସମ୍ପତ୍ତି ଥିବା ଅଭିଯୋଗ ହୋଇଥିଲା ।

ଏହାପରେ ଆରମ୍ଭ ହୋଇଥିଲା ଯାଞ୍ଚ୍ । ସୂଚନା ମୁତାବକ ହେମାଙ୍କ ଦରମା ଯେତିକି ତାହାଠାରୁ ୨୩୦ଗୁଣା ସମ୍ପତ୍ତି ରହିଛି ତାଙ୍କ ପାଖରେ । କେବଳ ସେତିକି ନୁହେଁ, ସେ କୃଷି ପାଇଁ ବ୍ୟବହୃତ ଅନେକ ଯନ୍ତ୍ରପାତି ବି କିଣିଛନ୍ତି । ହେଲେ ଏତେସବୁ ସମ୍ପତ୍ତିର ହିସାବ ଦେବାରେ ଅସମର୍ଥ ହେମା । ସବ୍ ଇଞ୍ଜିନିୟର ହେମା ମିଣାଙ୍କୁ ଲୋକାୟୁକ୍ତ ଏବେ ବି ପଚରା ଉଚରା ଜାରି ରଖିଛନ୍ତି ।

ଆଜି ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ । ମୋଟ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି । ୯୯.୯୧ ପ୍ରତିଶତ ପାସ୍ ହାର ସହିତ ଥିରୁଅନନ୍ତପୁରମ୍ ରିଜିଅନ୍ ଶୀର୍ଷ ସ୍ଥାନରେ ରହିଛି । ସେଠାରେ ଝିଅଙ୍କ ପାସ୍ ହାର ଅପେକ୍ଷା ୬ ପ୍ରତିଶତ ଅଧିକ ପୁଅଙ୍କ ପାସ୍ ହାର ରହିଛି ।

ସୂଚନାଯୋଗ୍ୟ ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥିରେ ଛାତ୍ରୀଙ୍କ ପାସ୍ ହାର ୯୦.୬୮ ପ୍ରତିଶତ ରହିଥିବା ବେଳେ, ଛାତ୍ରଙ୍କ ପାସ୍ ହାର ୮୪.୬୭ ପ୍ରତିଶତ ରହିଛି ।

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୋକା’, ୧୪ ତାରିଖରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ କରିବ ଲ୍ୟାଣ୍ଡଫଲ
by Admin
written by Admin
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ମୋକା ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏବଂ ଘଣ୍ଟାପ୍ରତି ପ୍ରାୟ ୯ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ଆସନ୍ତା ୨ ଦିନ ପରେ ଅର୍ଥାତ ୧୪ ତାରିଖ ମଧ୍ୟାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ କରିଛି ଆକଳନ ।

ସୂଚନାଯୋଗ୍ୟ ବାତ୍ୟା ମୋକା ଲ୍ୟାଣ୍ଡଫଲ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୫୦ ରୁ ୧୬୦ କିଲୋମିଟର ରହିବ । ବାତ୍ୟା ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ଆକାଶ ମେଘୁଆ ରହିବ । ଏହାଛଡା ଆସନ୍ତା ୧୫ ତାରିଖରୁ ଅସହ୍ୟ ଗରମ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଓଡିଶା-ଆନ୍ଧ୍ର ସୀମାନ୍ତ ଶ୍ରୀକାକୁଲମରେ ପୁଣି ଦେଖିବାକୁ ମିଳିଛି ହାତୀ ମୃତ୍ୟୁ । ଗୋଟିଏ କିମ୍ବା ୨ଟି ନୁହେଁ ଏକାସାଙ୍ଗରେ ୪ଟି ହାତୀଙ୍କ ମୃତଦେହ ଠାବ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ବିଦ୍ୟୁତ ଟ୍ରାନ୍ସଫର୍ମର ନିକଟରେ ମୃତଦେହ ପଡିଥିବା କାରଣରୁ ବିଦ୍ୟୁତ ଆଘାତରେ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି ।

ସୂଚନାଯୋଗ୍ୟ ଓଡିଶା ଗୁଣପୁର ଅଞ୍ଚଳରେ ବୁଲୁଥିବା ୬ ଟିକିଆ ହାତୀପଲ ଆନ୍ଧ୍ର ପ୍ରଦେଶକୁ ଯାଉଥିଲେ । କିନ୍ତୁ ସୀମାପାର ସମୟରେ ବିଦ୍ୟୁତ ଟ୍ରାନ୍ସଫର୍ମରେ ଆଘାତ ଲାଗି, ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ହାତୀଙ୍କ ମଧ୍ୟରେ ୨ଟି ମାଇ ଓ ୨ଟି ଅଣ୍ଡିରା ହାତୀ ଥିବାର ଜଣାପଡିଛି ।

ପୁଣିଥରେ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଫିନଟେକ୍ କମ୍ପାନୀ ପୂର୍ବତନ ନିର୍ଦ୍ଦେଶକ ଅଶନୀର ଗ୍ରୋଭର । ଅଶନୀର ଓ ତାଙ୍କ ପତ୍ନୀ ମାଧୁରୀ ଜୈନଙ୍କ ନାଁରେ ଦିଲ୍ଲୀ ପୋଲିସର ଅପରାଧ ଶାଖା ଏକ ମାମଲା ରୁଜୁ କରିଛି । ଉଭୟ ଗ୍ରୋଭର ପତିପତ୍ନୀଙ୍କ ଉପରେ କମ୍ପାନୀର ୮୧କୋଟି ଟଙ୍କାକୁ ଚଞ୍ଚକତା କରି ନିଜ ଆକାଉଣ୍ଟ୍ କୁ ଟ୍ରାନ୍ସଫର କରିଥିବା ହୋଇଛି ଅଭିଯୋଗ । ସାର୍କ ଟାଙ୍କ ଶୋ’ର ଜଜ୍ ସିଟରେ ବସି ଲାଇମଲାଇଟକୁ ଆସିଥିବା ଅଶନୀର ଗ୍ରୋଭରଙ୍କ ପିଛା ଛାଡୁନି ବିବାଦ । ଅଶନୀର ପୂର୍ବରୁ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଥିବା ବେଳେ ପତ୍ନୀ ମାଧୁରୀ ଜଏଣ୍ଟ୍ ଡାଇରେକ୍ଟର ଏଚଆର ଥିଲେ ।

ହେଲେ ବିବାଦ କାରଣରୁ ପୂର୍ବରୁ କମ୍ପାନୀ ବୋର୍ଡ ପକ୍ଷରୁ ଅଶନୀରଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଥିଲା । ଉଭୟ ପତିପତ୍ନୀ ଭାରତ ପେ’ରେ ବଡ଼ ପଦବୀରେ କାର୍ଯ୍ୟରତ ଥିବା ବେଳେ ଏହି ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି । ଏପରି କି ସେମାନେ ନକଲି ଇନଭଏସ୍ କରି କମ୍ପାନୀ ଆକାଉଣ୍ଟରୁ ୮୧କୋଟି ଟଙ୍କା ନିଜ ସମ୍ପର୍କୀୟ ଓ ନିକଟତମଙ୍କ ଆକାଉଣ୍ଟ୍ କୁ ଟ୍ରାନ୍ସଫର କରିନେଇଥିଲେ । ପୋଲିସ ଏହି ମାମଲାର ଖୋଳତାଡ଼ କରୁଥିବା ବେଳେ ଖୁବଶୀଘ୍ର ଗ୍ରୋଭର ଦମ୍ପତିଙ୍କୁ ପଚରାଉଚରା ପାଇଁ ଡାକିବ ବୋଲି ଜଣାପଡ଼ିଛି । ଅପରପକ୍ଷରେ ଭାରତ ପେ’ ପକ୍ଷରୁ ପୋଲିସର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି । ଗତ ୧୫ମାସ ହେବ ଭାରତ ପେ’ କମ୍ପାନୀ, ବୋର୍ଡ ତଥା କର୍ମଚାରୀଙ୍କ ବିରୋଧରେ ଅଶନୀର ଷଡଯନ୍ତ୍ର କରିଚାଲିଛନ୍ତି । ଦିଲ୍ଲୀ ପୋଲିସର ଖୋଳତାଡ଼ ପରେ ତାଙ୍କର ସବୁ କଳା କାରନାମା ସାମ୍ନାକୁ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ଦିନକୁ ଦିନ ବଡିବାରେ ଲାଗିଛି ତାତି । ଅସହ୍ୟ ଗୁଳୁଗୁଳିରେ ଡହକବିକଳ ହେଉଛି ଜୀବନ । ଘରୁ ବାହାରକୁ ବାହାରିଲେ ସୂର୍ଯ୍ୟଙ୍କ ଦାଉ ଦେଖିବାକୁ ମିଳୁଥିବା ବେଳେ, ଘରେ ଅସହ୍ୟ ଗରମ ମଣିଷକୁ କଲବଲ କରିସାରିଲାଣି । ଏହାରି ମଧ୍ୟରେ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି ପାରଦ । ଦିନ ୧୧ ସୁଦ୍ଧା ସର୍ବାଧିକ ତାପମାତ୍ରା ସମ୍ବଲପୁର ସହରରେ ୪୦,୨ ଡିଗ୍ରୀ ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ସୂଚନାନୁସାରେ ଆଜି ସମ୍ବଲପୁରରେ ୪୦.୨ ଡିଗ୍ରୀ, ଝାରସୁଗୁଡା ୪୦ ଡିଗ୍ରୀ, ହୀରାକୁଦ ୩୯ ଡିଗ୍ରୀ, କେନ୍ଦୁଝର ୩୬.୨, ଚାନ୍ଦବାଲି ୩୬ ଡିଗ୍ରୀ, ଭୁବନେଶ୍ୱର ୩୫.୪ ଡିଗ୍ରୀ, ବାଲେଶ୍ୱର ୩୪.୪ ଡିଗ୍ରୀ, ଗୋପାଳପୁର ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଝାରସୁଗୁଡା ଏକାତାଲିରେ ଥିବା ବୁଥ ନମ୍ବର ୪୯ ଓ ୫୦ରେ ଉତ୍ତେଜନା ଦେଖା ଦେଖାଦେଇଛି |ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି | ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୩ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର।
ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବାକୁ ଥିବାବେଳେ ଉପରୋକ୍ତ ସଂଖ୍ୟକ ଭୋଟରଙ୍କ ମଧ୍ୟରୁ ୬୨୪୧୯ ଜଣ ପୁରୁଷ ଭୋଟର ଥିବାବେଳେ ୫୯୯୬୩ ଜଣ ମହିଳା ଭୋଟର ରହିଛନ୍ତି । ତେବେ ମତଦାନ ସମୟରେ କିଛି ବୁଥରେ ବିଶୃଙ୍ଖଳା ହୋଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ଲାଇକେରା ବ୍ଲକର ୨୩୬ ନମ୍ବର କୁଲେମୁରାଠାରେ ଥିବା ବୁଥରେ ଜଣେ ସାଧାରଣ ଭୋଟରଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇଥିବା ଭୋଟର୍ ଙ୍କ ନାମ ପ୍ରମୋଦ ବେହେରା। ସେହିପରି ଗୁଜରାଟୀପଡ଼ା ନଜୁଲ ସରକାରୀ ହିନ୍ଦୀ ସ୍କୁଲରେ ୬୯ ନମ୍ବର ବୁଥରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ|
କୁଆଡ଼େ ମୁହାଁଇବ ସମ୍ଭାବ୍ୟ ବାତ୍ୟା? ବିଭିନ୍ନ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି, ବାତ୍ୟା ମିଆଁମାର ଉପକୂଳ ଛୁଇଁପାରେ । ୱିଣ୍ଡିର ଆମେରିକାନ୍ ଜିଏଫ୍ଏସ୍ ଓ ୟୁରୋପିଆନ୍ ଇଏମ୍ଡବ୍ଲ୍ୟୁଏଫ୍ ମଡେଲର ଆକଳନ କହୁଛି ମିଆଁମାର ମୁହାଁ ହେବ ବାତ୍ୟା । ଇଏମଡବ୍ଲ୍ୟୁଏଫ୍ ୧୪ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ଦର୍ଶାଉଛି । ଜିଏଫ୍ଏସ୍ ମଡେଲ୍ ଦର୍ଶାଉଛି ୧୩ତାରିଖରେ ସମ୍ଭାବ୍ୟ ବାତ୍ୟା ମିଆଁମାର ଉପକୂଳକୁ ହିଟ୍ କରିପାରେ ।


ସେହିପରି ସ୍କାଏମେଟ୍ ପୂର୍ବାନୁମାନ କରିଛି, ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁଇବ ସମ୍ଭାବ୍ୟ ସାଇକ୍ଲୋନ୍ । ଓଡ଼ିଶା ଓ ପଶ୍ଚିମବଙ୍ଗକୁ ନାହିଁ ବାତ୍ୟା ଭୟ । କାଲି ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ । ୯ତାରିଖ ବେଳକୁ ଗଭୀର ଅବପାତ ଓ ୧୦ରେ ହେବ ବାତ୍ୟା । ୧୨ତାରିଖରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ବିଜ୍ଞାନୀ ଜାସନ୍ ନିକଲସ୍ ଙ୍କ ଆକଳନ କହୁଛି, ବାତ୍ୟା ମିଆଁମାର-ବାଂଲାଦେଶ କିମ୍ବା ଦକ୍ଷିଣପୂର୍ବ ଭାରତ ଉପରେ ପ୍ରଭାବ ପକାଇପାରେ । ଅର୍ଥାତ୍ ବର୍ତ୍ତମାନ ପରିସ୍ଥିତିରେ ଓଡ଼ିଶା ପ୍ରତି ବିପଦ ନାହିଁ ।
ଆଉ ମାତ୍ର କିଛି ଦିନର ଅପେକ୍ଷା । ମାଟ୍ରିକ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ପରୀକ୍ଷା ଫଳ ଜାଣିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଚଳିତ ମାସ ଅର୍ଥାତ ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ ତରଫରୁ ତାରିଖ ଧାର୍ଯ୍ୟ ହୋଇ ନଥିଲେ ସୁଦ୍ଧା ମେ ତୃତୀୟ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ । କୌଣସି ମୂହୁର୍ତ୍ତରେ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଆସିପାରେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

