ଖୋର୍ଦ୍ଧା ବନ ବିଭାଗ ଅଧିନରେ ଥିବା ପାନବରଜ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ହାତୀ ଆକ୍ରମଣରେ ମହିଳା ଗ୍ରାମର ଜଣେ ମହିଳାର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୨ଜଣ ଆହତ ହୋଇଛନ୍ତି ।



ଅଧିକ ପଢନ୍ତୁ
ଆହୁରି ପଢନ୍ତୁ
ଅପରେସନ୍ ପାଇଁ ପେଟ କାଟିଦେଲେ । ହେଲେ ଅପରେସନ ନ ଆସିବାରୁ ପୁଣି ସିଲେଇ କରି ଅଧାରୁ ଛୁ’ ମାରିଲେ ଡାକ୍ତର । ଅପରେସନ୍ ଅଧାରେ ରୋଗୀକୁ ଟେବୁଲରେ ଛାଡି ପଳାଇଛନ୍ତି ଡାକ୍ତର ଜଣଙ୍କ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଆଇଟିଆଇ ଛକରେ ଥିବା ଏକ ଘରୋଇ ନର୍ସିଂ ହୋମରେ । ସୂଚନା ମୁତାବକ କୁରୁଡାର ଗୀତାଞ୍ଜଳୀ ବିଶ୍ୱାଳଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ପୂର୍ବତନ ସିଡିଏମଓ ଡାକ୍ତର ଅନୁପ କୁମାର ଘୋଷଙ୍କ କ୍ଲିନିକରେ ଭର୍ତି କରିଥିଲେ ପରିବାର ଲୋକେ । ତୁରନ୍ତ ଗୀତାଞ୍ଜଳୀଙ୍କ ୟୁଟ୍ରସ୍ ବାହାର କରିବାକୁ ପରାମର୍ଶ ଦେଇଥିଲେ ଡାକ୍ତର ।
ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗୀତାଞ୍ଜଳୀଙ୍କ ସ୍ୱାମୀ ରଞ୍ଜନ ବିଶ୍ୱାଳ ସ୍ଥାନୀୟ ଜୟଶ୍ରୀ ହେଲଥ କେୟାରରେ ଆଡମିଶନ ନେଇଥିଲେ । ଡାକ୍ତର ଅନୁପ ଘୋଷ ଗୀତାଞ୍ଜଳୀଙ୍କର ଅପରେସନ କରିବା ବେଳେ ପେଟରେ ଅଧିକ ସମସ୍ୟା ଦେଖିବାକୁ ପାଇଥିଲେ । ଏଣୁ ଅପରେସନକୁ ଅଧାରୁ ଛାଡି କାଟିଥିବା ପେଟକୁ ପୁଣିଥରେ ସିଲେଇ କରି ନର୍ସିିଂହୋମରୁ ଛୁ’ ମାରିଲେ ଡାକ୍ତର ।ଯାହାକୁ ନେଇ ହସପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ଶାକ୍ଷାତ୍ ପରମବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ । କୁହାଯାଏ ଗୁରୁ-ଶିଷ୍ୟ ପରମ୍ପରା ଦୁନିଆର ସବୁଠାରୁ ପବିତ୍ର ଓ ନିଆରା । ଶିକ୍ଷକ ଦୁନିଆ ଦେଖାନ୍ତି, ପାଠ ପଢାଇ ଭଲ ମନ୍ଦ କ’ଣ ଜଣାନ୍ତି । ହେଲେ ଆଜିକାଲିର ଦୁନିଆରେ ଏଭଳି ଶିକ୍ଷକଙ୍କ ସଂଖ୍ୟା ଖୁବ୍ କମ୍ । ଏଭଳି ଜଣେ ନିଆରା ଶିକ୍ଷକଙ୍କୁ ଭିନ୍ନ ଢଙ୍ଗରେ ବିଦାୟକାଳୀନ ସମ୍ବର୍ନ୍ଧନା ଦେଇଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୩୯ବର୍ଷର ଶିକ୍ଷାଦାନ ପରେ ଅବସର ନେଇଥିବା ଜଣେ ପ୍ରଧାନଶିକ୍ଷକଙ୍କୁ ଶହଶହ ଛାତ୍ରଛାତ୍ରୀଙ୍କ ସହ ଗ୍ରାମବାସୀ ବ୍ୟାଣ୍ଡ୍ ବାଜା ବଜାଇ ରଥରେ ବସାଇ ବିଦାୟକାଳୀନ ସମ୍ବର୍ନ୍ଧନା ଦେଇଛନ୍ତି ।
ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ । ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାଜା ରୋଷଣୀ ସହ ରଥରେ ବସାଇ ବିଦ୍ୟାଳୟଠାରୁ ୧୦କିଲୋମିଟର ଦୂର ଶିକ୍ଷକଙ୍କ ଘର ପର୍ଯ୍ୟନ୍ତ ଚାଲି ଚାଲି ଛାଡିଯାଇବାକୁ ଯାଇଥିଲେ ସମସ୍ତେ । ଏହି ବିଦାୟକାଳୀନ ସମ୍ବର୍ନ୍ଧନା ସମ୍ପୂର୍ଣ୍ଣ ଲୋକାରଣ୍ୟରେ ପରିଣତ ହୋଇଥିଲା । ବାଲିଆପାଳ ବ୍ଲକ୍ ଗଦାଧର ଗିରି ସରକାରୀ ଉଚ୍ଚବିଦ୍ୟାଳୟ ସୁନାରୁଇର ପ୍ରଧାନଶିକ୍ଷକ ନିରଞ୍ଜନ ପ୍ରଧାନଙ୍କୁ ଏଭଳି ନିଆରା ଢଙ୍ଗରେ ବିଦାୟ ସମ୍ବର୍ନ୍ଧନା ଦେଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ ଗ୍ରାମବାସୀ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜ୍ୟରେ ମେ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନାନୁସାରେ ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାତ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ପର୍ଯ୍ୟନ୍ତ ଚାଲିବ । ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ମେ ମାସ ୭ ତାରିଖରେ ଶେଷ ହେବ ।
ସୂଚନାଯୋଗ୍ୟ ମେ ପ୍ରଥମ ସପ୍ତାହରେ ଖାତା ଦେଖା ଶେଷ ହେବାପରେ ଟାବୁଲେସନ ପ୍ରକ୍ରିୟା କରାଯିବ । ଏବଂ ସମସ୍ତ କାର୍ଯ୍ୟ ସରିବା ପରେ ମେ ମାସ ଶେଷ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ । ଚଳିତ ବର୍ଷ ଖାତାଦେଖା ପାଇଁ ୬୫ଟି ଅଫଲାଇନ ସେଣ୍ଟର ହୋଇଥିବା ବେଳେ, ୩୯ଟି ଅନଲାଇନ ସେଣ୍ଟର ହୋଇଛି ।
ଆମେରିକା ମେରିଲ୍ୟାଣ୍ଡରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ସେଠାରେ ଥିବା ଏକ କ୍ୟାଥୋଲିକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଛି । ୧୯୪୦ ମସିହାରୁ ଏପର୍ଯ୍ୟନ୍ତ ଅର୍ଥାତ ୮୦ ବର୍ଷ ମଧ୍ୟରେ ଅନ୍ୟଲୋକଙ୍କ ସହ ୧୫୬ ପାଦ୍ରୀ ଶିଶୁମାନଙ୍କୁ ଯୌନ ଉତ୍ପୀଡନ କରିଛନ୍ତି ।
ଏହି ମାମଲାରେ ମେରିଲ୍ୟାଣ୍ଡର ଆଟର୍ଣ୍ଣି ଜେନେରାଲ ଆନ୍ଥୋନି ବ୍ରାଉନ ୪ ବର୍ଷ ଯାଞ୍ଚ କରିବାପରେ ୪୬୩ ପୃଷ୍ଠାର ଏକ ରିପେ।।ର୍ଟ ପ୍ରସ୍ତୁତ କରିଛନ୍ତି । ଏବଂ ଏହି ରିପୋର୍ଟରେ ଦର୍ଶାଯାଇଛି ଚର୍ଚ୍ଚ ପରିଚାଳନା କମିଟି ସବୁ ଜାଣିମଧ୍ୟ ଏଭଳି ଜଘନ୍ୟକାଣ୍ଡ ଲୁଚାଇ ରଖିଥିଲେ । ରିପୋର୍ଟନୁସାରେ ଅପରାଧୀମାନେ ଅସହାୟ ଏବଂ ବାଧ୍ୟବାଧ୍ୟକତାରେ ଥିବା ଶିଶୁଙ୍କ ଟାର୍ଗେଟ କରୁଥିଲେ । ଏବଂ ତାଙ୍କୁ ଯୌନ ଉତ୍ପୀଡନ ଦେବା ସମୟରେ ଏହା ଇଶ୍ୱରଙ୍କ ଇଚ୍ଛା ବୋଲି କହୁଥିଲେ । ଯଦି ଘଟଣା ସମ୍ପର୍କରେ କାହାକୁ ଜଣାଇବ ତେବେ, ତୁମର ସମସ୍ତ ପରିବାର ନର୍କରେ ପଡିବ ବୋଲି ଧମକ ମଧ୍ୟ ଦେଉଥିଲେ । ଉକ୍ତ ଘଟଣାରେ ସଂପୃକ୍ତଥିବା କିଛି ପାଦ୍ରୀ ମୃତ୍ୟୁ ବରଣ କରିଥିବା ବେଳେ, ଅନ୍ୟକିଛି ପାଦ୍ରୀ ବର୍ତ୍ତମାନ ସୁଦ୍ଧା ଜୀବନ୍ତ ଅଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚର୍ଚ୍ଚ ସମ୍ମୁଖରେ ସାଧାରଣ ଜନତା ଆନ୍ଦୋଳନ କରୁଛନ୍ତି ।








ଅଧିକ ପଢନ୍ତୁ
ଆହୁରି ପଢନ୍ତୁ
The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.
@2022 – All Right Reserved. Designed and Developed by Digital Software Inc