@2022 – All Right Reserved. Designed and Developed by Digital Software Inc
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଟ୍ୱିଟ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶନୀ ନାମବ ନନେଇ ସେ ଅଦାଲତରେ ଦାଖଲ କରିଥିବା ଦସ୍ତାବିଜ ସମ୍ପର୍କୀତ ଫଟୋ ସେୟାର କରି ଆଲୋଚନାର କେନ୍ଦ୍ରକୁ ଆସିଛନ୍ତି ।
ଅଧିକ ପଢନ୍ତୁ
http://192.168.1.250/2023/04/03/2992/
ଆହୁରି ପଢନ୍ତୁ
http://192.168.1.250/2023/04/03/2983/
ସୂଚନାନୁସାରେ ବର୍ଷା ଓ ଅନୁଭବଙ୍କ ପାରିପାରିକ କଳହ ମାମଲା ବର୍ତ୍ତମାନ କୋର୍ଟରେ ବିଚରାଧିନ ଅବସ୍ଥାରେ ରହିଛି । ସାଂସଦ କୋର୍ଟରେ ଦାଖଲ କରିଥିବା ସମସ୍ତ ଦସ୍ତାବିଜକୁ ଉପସ୍ଥାପନ କରି ଲେଖିଛନ୍ତି ‘ଏହି ସବୁ ଦସ୍ତାବିଜ ଶହଶହ ମିଛ ଠାରୁ ଅନେକ ସତ କହୁଛି’ । ଦସ୍ତାବିଜ ସହ ଅନୁଭବ ଆହୁରି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ଏକ ଚିଠି, ଭୁବନେଶ୍ୱର ପାସପୋର୍ଟ ଅଫିସରୁ ତାଙ୍କୁ ମିଳିଥିବା ଚିଠି ଇତ୍ୟାଦିକୁ ସେ ସଂଯୋଗ କରିଛନ୍ତି । କିଛିଦିନ ପୂର୍ବରୁ ବର୍ଷା ପ୍ରିୟଦର୍ଶନୀ ପାସପୋର୍ଟ ସମ୍ପର୍କୀତ ଏକ ଅଭିଯୋଗ କରିଥିଲେ । ଯାହାକୁ ବିରୋଧ କରି ଅନୁଭବ ପୋଷ୍ଟ କରିଥିବା ଜଣାପଡିଛି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅବସରପ୍ରାପ୍ତ ସୈନିକ ସଙ୍ଘ ; ‘ପେନସନରେ ହୋଇଥିବା ପାତରଅନ୍ତରକୁ ସଂଶୋଧନ କରାଯାଉ’
by Admin
written by Admin
ଆଜି ଭଦ୍ରକ ଜ଼ିଲ୍ଲା ଅବସରପ୍ରାପ୍ତ ସୈନିକ ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ସମାନ ପଦ,ସମାନ ବେତନ ସହ ସୈନିକମାନଙ୍କର ଓଆରଓପି 2ର ପେନଶନରେ ପାତରଅନ୍ତରକୁ ସଂଶୋଧନ କରାଯିବାକୁ ଦାବି କରି ସ୍ଥାନୀୟ ବନ୍ତ ଛକ ନିକଟରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବାହାରି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ଏହା ସହିତ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି | ଆଗାମୀ ଦିନରେ ସରକାର ସେମାନଙ୍କ ଦାବିପୂରଣ ନକଲେ ଏ ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କରାଯିବାକୁ ଚେତାବନୀ ଦିଆଯାଇଛି |
ସାଉଥ ସୁପରଷ୍ଟାର ବିଜୟ ଥାଲାପତି କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି । ଡେବ୍ୟୁ କରିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ପ୍ରାୟ ୫ ଲକ୍ଷ ଛୁଇଁଛି ।
ଅଧିକ ପଢନ୍ତୁ
http://192.168.1.250/2023/04/03/2978/
ସୂଚନାନୁସାରେ ସାଉଥ ଷ୍ଟାର ବିଜୟ ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆ ଠାରୁ ଦୂରେଇ ରହୁଥିଲେ । କିନ୍ତୁ କିଛି ଘଣ୍ଟା ପୂର୍ବରୁ ଅର୍ଥାତ ରବିବାର ଦିନ ବିଜୟ ଇନ୍ଷ୍ଟାଗ୍ରାମରେ ନିଜର ଅଫିସିଆଲ ଆକାଉଣ୍ଟ ଖୋଲିଛନ୍ତି । ଆକାଉଣ୍ଟ ଖୋଲିବାର ମାତ୍ର ୪ ରୁ ୫ ଘଣ୍ଟା ମଧ୍ୟରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଥିଲା । ଏହାଛଡା ଆକଉଣ୍ଟ ଖୋଲିବା ସହିତ ବିଜୟ ସେଥିରେ ଗୋଟିଏ ଫଟୋ ସେୟାର କରି, ସେଥିରେ କ୍ୟାପସନ୍ ଦେଇଛନ୍ତି ହାଏ ଫ୍ରେଣ୍ଡସ୍ । ତାଙ୍କର ଏହି ଫଟୋଟିକୁ ବର୍ତ୍ତମାନ ସୁଦ୍ଧା ୪୮ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିିଲାଣି । ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ କ୍ରୀର୍ତ୍ତି ସୁରେଶ ସାଙ୍ଗେ ସାଙ୍ଗ ବିଜୟଙ୍କୁ ଫଲୋ ମଧ୍ୟ କରିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ସୁଦ୍ଧା ବିଜୟ ନିଜ ଆକାଉଣ୍ଟରୁ କାହାକୁ ମଧ୍ୟ ଫଲୋ କରିନାହାନ୍ତି ।
ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ବିଜୟଙ୍କର ତାମିଲ ଫିଲ୍ମ ଭାରିସୁ ରିଲିଜ ହୋଇଥିଲା । ଏହିି ଫିଲ୍ମରେ ବିଜୟଙ୍କ ବିପକ୍ଷରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଲିଡ୍ ରୋଲରେ ନଜର ଆସିଥିଲେ । କିନ୍ତୁ ଉଭୟଙ୍କର ଏହି ଫିଲ୍ମଟି ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନଥିଲା ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଅନେକ ଗ୍ରାହକ ବର୍ତ୍ତମାନ ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ୟୁପିଆଇ ସେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କର ସର୍ଭର ଡାଉନ୍ କାରଣରୁ ଏସବିଆଇ ଗ୍ରାହକ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାର୍ଯ୍ୟ କରିପାରୁ ନାହାନ୍ତି । ବ୍ୟାଙ୍କିଙ୍ଗ, ୟୁପିଆଇ, ୟୋନୋ ଆପ୍ ଇତ୍ୟାଦି କାମ କରୁନାହିଁ ।
ପୂର୍ବରୁ ମଧ୍ୟ ଏପ୍ରିଲ ୧ ତାରିଖ ଦିନ ସରର୍ଭର ଡାଉନ ହେବା କାରଣରୁ କୌଣସି ବ୍ୟାଙ୍କ ସମ୍ପର୍କୀତ କାମ ହୋଇପାରି ନଥିଲା । ୧ ତାରିଖ ବାର୍ଷିକ ବନ୍ଦ କାର୍ଯ୍ୟକଳାପ ହେତୁ ବ୍ୟାଙ୍କିଙ୍ଗ ସେବା ବ୍ୟାହତ ହେବା ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା । କିନ୍ତୁ ଆଜି ପାଇଁ ପୂର୍ବରୁ କୌଣିସ ସୂଚନା ହୋଇନଥିଲା ।
ଅପରାଧିକ ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଛି ଆଶ୍ୱସ୍ତି । ଏହାର ପରବର୍ତି ଶୁଣାଣୀ ଆସନ୍ତା ୧୩ତାରିଖରେ ହେବ ବୋଲି କହିଛନ୍ତି କୋର୍ଟ । ଏପ୍ରିଲ ୧୦ତାରିଖ ସୁଦ୍ଧା ରାହୁଲଙ୍କୁ ଲିଖିତ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁରତ କୋର୍ଟ । ଏହି ମାମଲାରେ ୨ବର୍ଷ ଜେଲ ଦଣ୍ଡାଦେଶ ହେବାପରେ ଏହାକୁ ଚ୍ୟାଲେଞ୍ଜ୍ କରି ସୁରତ୍ କୋର୍ଟରେ ପହଞ୍ଚିଥିଲେ କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ।
ଅଧିକ ପଢନ୍ତୁ
http://192.168.1.250/2023/04/03/2963/
ରାହୁଲଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ବି କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କୁ ଜାମିନ୍ ମିଳିଛି । ମାମଲାର ପୂର୍ବ ଶୁଣାଣୀର ଦୀର୍ଘ ୧୨ଦିନ ପରେ ସୁରତ୍ କୋର୍ଟରେ ଏକ ଯାଚିକା ଦାଏର କରିଥିଲେ ରାହୁଲ । ଆଜି ମାମଲାର ଶୁଣାଣୀ ତାରିଖ ଥିବା ବେଳେ କୋର୍ଟରେ ପହଞ୍ଚିଥିଲେ ରାହୁଲ । ରାହୁଲଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଓ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ପ୍ରମୁଖ କୋର୍ଟରେ ଉପସ୍ଥିତ ଥିଲେ ।
ଆହୁରି ପଢନ୍ତୁ
http://192.168.1.250/2023/04/03/2955/
ସୂଚନା ମୁତାବକ ଗତ ୨୦୧୯ରେ ମୋଦୀ ସରନେମ୍ ବିବୃତି ପାଇଁ ସୁରତ୍ କୋର୍ଟ ରାହୁଲ ଗାନ୍ଧୀଙ୍କୁ ୨ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଏହି ମାମଲାରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହେବା ସହ ତାଙ୍କ ସରକାରୀ କ୍ୱାର୍ଟର ବି ହାତରୁ ଚାଲିଯାଇଛି । ଅପରପକ୍ଷରେ ରାହୁଲ ଗାନ୍ଧୀଙ୍କୁ ଜାମିନ୍ ପ୍ରଦାନ ବେଳେ କୋର୍ଟ ଏହି ଦଣ୍ଡକୁ ୩୦ଦିନ ଯାଏଁ ସ୍ଥଗିତ ରଖିଥିଲେ ।
କୋର୍ଟଙ୍କ ରାୟ ମୁତାବକ ଯଦି ରାହୁଲ ୩୦ଦିନ ମଧ୍ୟରେ ଅଦାଲତରୁ ରାହତ୍ ନପାଆନ୍ତି ତେବେ ତାଙ୍କୁ ଜେଲ୍ ଯିବାକୁ ପଡ଼ିବ । ଏବେ ଉଭୟ ପରିସ୍ଥିତି ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଆଗାମୀ ଦିନରେ ନିଶ୍ଚିତ କୋର୍ଟରେ ଶୁଣାଣି ସମୟରେ ଟ୍ରାଏଲ କୋର୍ଟରେ ତ୍ରୁଟି ପ୍ରତି ଧ୍ୟାନ ଦିଆଯିବ ଏବଂ ଶୀଘ୍ର ନିଷ୍ପତି ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ଝାଡଖଣ୍ଡ ପୁଲିସକୁ ମିଳିଛ ବଡ଼ ସଫଳତା। ପୁଲିସ ଏନକାଉଣ୍ଟରରେ ପାଞ୍ଚ ଜଣ ହାର୍ଡକୋର ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ନିହତ ହୋଇଥିବା ନକ୍ସଲମାନଙ୍କ ମଧ୍ୟରେ ଦୁଇଜଣ ଟପ କମାଣ୍ଡର ଅଛନ୍ତି। ଏମାନଙ୍କ ଉପରେ ପ୍ରତ୍ୟେକଙ୍କୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏହି ଏନକାଉଣ୍ଟର ଝାଡ଼ଖଣ୍ଡର ଚତ୍ରା ଠାରେ ହୋଇଥିଲା। ନିହତ ନକ୍ସଲଙ୍କ ନିକଟରୁ ଦୁଇଟି ଏକେ ୪୭ ମଧ୍ୟ ଉଦ୍ଧାର କରାଯାଇଛି। ପୁଲିସର ଅପରେସନ ଜାରି ରହିଛି। ସୂଚନା ଅନୁସାରେ ଏନକାଉଣ୍ଟରରେ ନିହତ ହୋଇଥିବା ଟପ୍ କମାଣ୍ଡରଙ୍କ ବ୍ୟତୀତ ଅନ୍ୟ ୩ ଉପରେ ମଧ୍ଯ ପାଞ୍ଚ ଲକ୍ଷ ପୁରସ୍କାର ରାଶି ରହିଥିଲା।
ଅଧିକ ପଢନ୍ତୁ
http://192.168.1.250/2023/04/03/2955/
ଆହୁରି ପଢନ୍ତୁ
http://192.168.1.250/2023/04/03/2949/
ଏନକାଉଣ୍ଟରରେ ନିହତ ନକ୍ସଲଙ୍କ ମଧ୍ୟରେ ଗୌତମ ପାସୱାନ ଏବଂ ଚାର୍ଲି ଅଛନ୍ତି। ଉଭୟ SAC ର ସଦସ୍ୟ ଅଟନ୍ତି। ଉଭୟଙ୍କ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ଏଥି ସହ ଏନକାଉଣ୍ଟରରେ ନିହତ ହୋଇଥିବା ଅନ୍ୟ ତିନିଜଣ ନକ୍ସଲ ହଲେ ନନ୍ଦୁ, ଅମର ଗଞ୍ଜୁ ଏବଂ ସଞ୍ଜୀବ ଭୁୟାନ ରହିଥିବା ଜଣାପଡିଛି। ଏହି ତିନିଜଣ ସବ-ଜୋନାଲ କମାଣ୍ଡର ଥିଲେ । ଏମାନଙ୍କ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।
ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରା ନିଶା କାରବାର | ପ୍ରତ୍ୟେକ ଦିନ ଆପଣ ଶୁଣିବାକୁ ପାଉଥିବେ କେଉଁଠୁ ଦେଶୀ ମଦ ଧରାପଡ଼ିଲାଣିତ, ତ ପୁଣି କେଉଁଠୁ ବ୍ରାଉନସୁଗାର, କେଉଁଠୁ ଗଂଜେଇ, ଏହାଛଡା ଆହୁରି କେତେ କଣ ଉପାୟ କରି ରାଜ୍ୟ ରାଜ୍ୟ ଓ ଦେଶ ବିଦେଶକୁ ଚୋରା ଚାଲାଣ କରୁଛନ୍ତି ନିଶା ମାଫିଆମାନେ|
ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର – ଝାରସୁଗୁଡା ବିଜୁ ଏସ୍କପ୍ରେସ ରାଜପଥର ଶାସନ ଟୋଲ ଗେଟ୍ ନିକଟରେ|
ଅଧିକ ପଢନ୍ତୁ
http://192.168.1.250/2023/04/03/2949/
ଆଜି ସକାଳୁ ପଶ୍ଚିମବଙ୍ଗ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯୋଗେ କୋରାପୁଟ ସେମିଳିଗୁଡାରୁ ଝାଡ଼ଖଣ୍ଡର ବୋକାରୋକୁ 52 କେଜି ଚୋରା ଗଂଜେଇ ଚାଲାଣ କରୁଥିବା ସମୟରେ ସମ୍ବଲପୁର ଶାସନ ଚେକଗେଟ ନିକଟରେ ଅବକାରୀ ବିଭାଗ ପକ୍ଷରୁ କାବୁ କରାଯାଇଥିଲା|
ଆହୁରି ପଢନ୍ତୁ
http://192.168.1.250/2023/04/03/2940/
ଏହି ଚାଲାଣରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ ଗଂଜେଇ ଜବତ କରିଛି ପୋଲିସ|
ସମ୍ପୃକ୍ତ ଦୁଇ ଅଭିଯୁକ୍ତ ହେଲେ ବିହାରର କରନ ଯାଦବ ଓ ଝାଡ଼ଖଣ୍ଡର ଅବଦୁଲ ହୁସେନ| ତେବେ ବୋଲେରୋ ସହ ଜବତ ହୋଇଥିବା ଗଞ୍ଜେଇ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଳି ଗୁଇନ୍ଦା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଜିଏସଟି ସଂଗ୍ରହରେ ପୁଣିଥରେ ରେକର୍ଡ କରିଛି ଓଡ଼ିଶା । ଜାତୀୟହାରଠୁ ବି ଅଧିକ ରହିଛି ଓଡ଼ିଶାର ଜିଏସଟି ସଂଗ୍ରହ । ରାଜ୍ୟରେ ଜିଏସଟି ସଂଗ୍ରହ ପରିମାଣ କ୍ରମାଗତ ଭାବେ ବଢି ଚାଲିଥିବା ବେଳେ ଜାତୀୟ ସ୍ତରରେ ବି ପ୍ରଦର୍ଶନ ଭଲ ରହିଛି । ଏପରି କି ଜିଏସଟି ସଂଗ୍ରହରେ ଓଡ଼ିଶା ବହୁ ବିକଶିତ ରାଜ୍ୟକୁ ବି ପଛରେ ପକାଇବାରେ ସମର୍ଥ ହୋଇଛି । ଚଳିତବର୍ଷ ମାର୍ଚ୍ଚରେ ଓଡ଼ିଶା ମୋଟ୍ ୪ହଜାର ୭୪୯.୨କୋଟି ଟଙ୍କା ସଂଗ୍ରହ କରିଛି ଜିଏସଟି ।
ଅଧିକ ପଢନ୍ତୁ
http://192.168.1.250/2023/04/03/2940/
ଯାହାକି ପୂର୍ବବର୍ଷ ତୁଳନାରେ ଏହା ୧୫.୧୪ପ୍ରତିଶତ ଅଧିକ ଥିବା ବେଳେ ଏହା ଜାତୀୟ ହାରଠାରୁ ବି ଅଧିକ । ମାର୍ଚ୍ଚରେ ସମଗ୍ର ଦେଶରେ ଜିଏସଟି ରାଜସ୍ୱ ବାବଦରେ ୧ଲକ୍ଷ ୬୦ହଜାର ୧୨୨କୋଟି ଟଙ୍କା ସଂଗ୍ରହ ହୋଇଛି । ଜାତୀୟସ୍ତରରେ ଅଭିବୃଦ୍ଧି ହାର ୧୩ପ୍ରତିଶତ ରହିଛି । ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି କମିଶନରେଟଙ୍କ କାର୍ଯ୍ୟାଳୟର ରିପୋର୍ଟ ମୁତାବକ ଗତ ୨୦୨୨ ମାର୍ଚ୍ଚରେ ଓଡ଼ିଶା ଜିଏସଟି ବାବଦରେ ୪ହଜାର ୧୨୪.୬୬କୋଟି ଟଙ୍କା ସଂଗ୍ରହ କରିଥିଲା । ଚଳିତବର୍ଷ ମାର୍ଚ୍ଚରେ ଓଡ଼ିଶା ସଂଗ୍ରହ କରିଥିବା ରାଜସ୍ୱ ହେଉଛି ଦ୍ୱିତୀୟ ସର୍ବାଧିକ ରେକର୍ଡ । ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସାଲା ବାବଦକୁ ଗତ ମାର୍ଚ୍ଚରେ ଏହି ପରିମାଣ ଥିଲା ୧୭୦୯.୧୪କୋଟି ଟଙ୍କା । ସେହିପରି ୨୦୨୨-୨୩ ଆର୍ôଥକ ବର୍ଷରେ ରାଜ୍ୟ ପାଇବାକୁ ଥିବା ମୋଟ୍ ଜିଏସଟି ପରିମାଣ ୧୮ହଜାର ୭୬୬.୫୮ କୋଟି ଟଙ୍କା ହୋଇଥିବା ବେଳେ ୨୦୨୧-୨୨ରେ ଏହି ପରିମାଣ ୧୬ହଜାର ୩୯୨.୨୪କୋଟି ଟଙ୍କା ଥିଲା ।
ଆହୁରି ପଢନ୍ତୁ
http://192.168.1.250/2023/04/03/2933/
ଏ କ୍ଷେତ୍ରରେ ଓଡ଼ିଶା ୧୪.୪୮ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ୨୦୨୩ ମାର୍ଚ୍ଚରେ ପେଟ୍ରୋଲ ଓ ମଦରୁ ୧୯୧୭.୨୯କୋଟି ଟଙ୍କାର ଭାଟ୍ ସଂଗ୍ରହ ହୋଇଥିବା ବେଳେ ୨୦୨୨ ମାର୍ଚ୍ଚରେ ଏହାର ପରିମାଣ ଥିଲା ୧୬୯୩.୫୩କୋଟି ଟଙ୍କା । ଏଥିରେ ବି ୧୩.୨୧ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ୨୦୨୨-୨୩ରେ ଭାଟ୍ ସଂଗ୍ରହ ପରିମାଣ ୧୧ହଜାର ୯୭୪.୬୫କୋଟି ଥିବାବେଳେ ପୂର୍ବବର୍ଷରେ ଏହି ପରିମାଣ ୯ହଜାର ୯୬୫.୬୦କୋଟି ଟଙ୍କା ଥିଲା । ଗତମାର୍ଚ୍ଚରେ ୨୧.୯୧ ୱେ ବିଲ୍ ସୃଷ୍ଟି ହୋଇଥିବା ବେଳେ ପୂର୍ବ ବର୍ଷ ତୁଳନାରେ ଏହା ୧୭.୯୩ପ୍ରତିଶତ ଅଧିକ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଆଜିଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତ: ୬ ଦିନିଆ କାର୍ଯ୍ୟକ୍ରମରେ ଯିବେ ନବୀନ
by Admin
written by Admin
ମୁଖ୍ୟମନ୍ତ୍ରୀ ଆଜିଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯିବେ । ଏହି ବିଦେଶ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଛି । ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ଟି ସହରରେ ବାଣିଜ୍ୟ ସମ୍ମିଳନୀ, ତଥା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାର ଯୋଜନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଜାପାନ ଯିବେ ବୋଲି ଜଣାପଡିଛି । ସପ୍ତାହକ ପରେ ଅର୍ଥାତ ଆସନ୍ତା ୧୦ କିମ୍ବା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ
http://192.168.1.250/2023/04/03/2933/
ସୂଚନାନୁସାରେ ଆଜି ସକାଳ ପ୍ରାୟ ୯.୪୫ ମିନିଟରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ବାହାରିବେ । ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଯାଉଛନ୍ତି । ମେକ୍ ଇନ୍ ଓଙ୍ଗିଶା ସମ୍ମିଳନୀର ଗତ ୨ଟି ସଂସ୍କରଣ (୨୦୧୮ ଓ ୨୦୨୨)ରେ ଜାପାନ ଏକ କଣ୍ଟ୍ରି ପାର୍ଟନର ରହିଥିଲା ।
ଆହୁରି ପଢନ୍ତୁ
http://192.168.1.250/2023/04/02/2928/