ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଏବଂ ଏହା ହିଁ ବାସ୍ତବତା ବୋଲି ଝାରସୁଗୁଡାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓଡ଼ିଶାରେ ବାସ୍ତବ ରୂପ ନେଇଛି । କ୍ଷମତାରେ ଥିବା ଲୋକମାନେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଅବଗତ ହୁଅନ୍ତୁ| ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଠିକ୍ ଦୁଇ ମାସ ପରେ ଛାତ୍ର ସମର୍ଥଙ୍କ ହତ୍ୟା ଓଡ଼ିଶା ସରକାରଙ୍କ ଆଇନ ଶୃଙ୍ଖଳା ଠିକ୍ ଥିବା ଦାବିକୁ ପଦାରେ ପକାଇଛି ।


