ଶିକ୍ଷା ବ୍ୟବସ୍ଥାରେ ହୋଇଛି ବଡ଼ ପରିବର୍ତନ । ବଦଳିଛି ପାଠପଢାଇବାର ଶୈଳୀ । ଏଣିକି ବିଭିନ୍ନ ସ୍କୁଲର କ୍ଲାସରୁମରୁ ହଟିବ ବ୍ଲାକବୋର୍ଡ । ପିଲାମାନଙ୍କୁ ପାଠ ପଢାଇବା ଆହୁରି ସହଜ କରିବା ଉପରେ ଜୋର ଦିଆଯାଇଛି । ସ୍କୁଲ ସଂସ୍କୃତିରେ ପରିବର୍ତନ କରାଗଲେ ହିଁ ପିଲାମାନେ ସହଜରେ ଓ ସୁବିଧାରେ ଶିକ୍ଷାଗ୍ରହଣ କରିପାରିବେ ।
ଅଧିକ ପଢନ୍ତୁ
ଖାସ୍ ଏଥିପାଇଁ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ବା ଏନସିଏଫର ପରାମର୍ଶକ୍ରମେ ଏବେ ସ୍କୁଲ ଶିକ୍ଷାରେ ଅନେକ ପରିବର୍ତନ କରାଯାଇପାରେ । ପରାମର୍ଶରେ କୁହାଯାଇଛି, ଯଦି ପିଲାମାନେ ସବୁବେଳେ କଳାପଟା ଆଡକୁ ମୁହଁ କରିବସିବେ, ତେବେ ପିଲାଙ୍କ ମନରେ ଗୋଟିଏ ଧାରଣା ରହିବ । ଛାତ୍ରଛାତ୍ରୀ ଭାବିବେ ସେମାନଙ୍କ ଶିଖିବାର ସ୍ରୋତ କେବଳ କଳାପଟା ଓ ଶିକ୍ଷକ । ହେଲେ ପିଲାମାନେ ଯଦି ଏକତ୍ରିତ ହୋଇ ପାଠପଢିବେ ତେବେ ସେମାନଙ୍କ ମଧ୍ୟରେ ଶିଖିବାର ଆଗ୍ରହ ବୃଦ୍ଧି ପାଇବ ବୋଲି କୁହାଯାଇଛି ।
ଆହୁରି ପଢନ୍ତୁ