ରାଜଧାନୀ ଭୁବନେଶ୍ୱରେ ଲାଗୁହୋଇଛି ନୂଆ ନିୟମ । ଏଣିକି ଗ୍ରାହକଙ୍କଠାରୁ ଆଉ ମନଇଚ୍ଛା ଭଡ଼ା ଆଦାୟ କରିପାରିବେନି ଅଟୋଚାଳକ । ଇଚ୍ଛା ଅନୁସାରେ ମୂଲ୍ୟ ବଢାଇ ଆଦାୟ କରିପାରିବେନି ଭଡ଼ା । ରାଜଧାନୀରେ ଅଟୋଚାଳକଙ୍କ ପାଇଁ ଖୁବଶୀଘ୍ର ନୂଆ ପଲିସି ଆଣୁଛି ବିଏମସି । ସହରରେ ଅଟୋ ଯାତାୟତ ଓ ଚାଳକଙ୍କ ପାଇଁ ଦିଆଯାଇଥିବା ପ୍ରସ୍ତାବରେ ରହିଛି ଅନେକ ନୂଆ ନିୟମ । କୋଲକାତା, ଦିଲ୍ଲୀ ଏବଂ ମୁମ୍ବାଇ ଭଳି ଏକ ନିର୍ଦ୍ଦିଷ୍ଟ ଭଡ଼ା ଲାଗୁହେବ ଅଟୋଚାଳକଙ୍କ ପାଇଁ । ଅଟୋ ଷ୍ଟାଣ୍ଡରେ ଏକ ରେଟ୍ ଚାର୍ଟ ଲାଗିବା ସହ ଅଟୋରେ ମଧ୍ୟ ଏ ସମ୍ପର୍କରେ ଉଲ୍ଲେଖ କରାଯିବ । ସେହିପରି ନିର୍ଦ୍ଦିଷ୍ଟ ରୁଟ୍ ପାଇଁ ଫିକ୍ସ ହେବ ଭଡ଼ା ।



