ଖୁବଶୀଘ୍ର ମହଙ୍ଗା ହେବ ଆମେରିକା ଯାତ୍ରା । କାରଣ ଆସନ୍ତା ମେ’ ୩୧ରୁ ବୃଦ୍ଧି ପାଇବାକୁ ଯାଉଛି ଭିସା ଫି’ । ଆମେରିକା ବୈଦେଶିକ ବିଭାଗ ଭିସା ଆବେଦନ ଶୁଳ୍କ ବୃଦ୍ଧି କରିବାକୁ ନିଷ୍ପତି ନେଇଛି । କିଣି ଅଣ-ପ୍ରବାସୀ ଭିସା ଉପରେ ଏହି ଶୁଳ୍କ ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ସହିତ ଭାରତୀୟ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଭିସା ପାଇଁ ଅଧିକ ଫି’ ଦେବାକୁ ପଡିବ । ଆମେରିକାର ବୈଦେଶିକ ବିଭାଗ ଦ୍ୱାରା ଜାରି ବିବୃତି ଅନୁଯାୟୀ, ଅଣପ୍ରବାସୀ ଭିସା ପାଇଁ ବର୍ଦ୍ଧିତ ଶୁଳ୍କ ୩୦ ମେ’ ୨୦୨୩ରୁ ଲାଗୁ ହେବ । ଏହି ଭିସାଗୁଡିକରେ ପରିଦର୍ଶକ, ଟୁରିଷ୍ଟ ଭିସା, ଛାତ୍ର ଭିସା ଏବଂ ଏକ୍ସଚେଞ୍ଜ୍ ଭିଜିଟର ଭିସା ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି । ଭିସା ଆବେଦନ ଶୁଳ୍କ ଦେୟ ପାଇଁ ଏକେ ଗ୍ରେଡ୍ ଭାବେ ବୃଦ୍ଧି କରାଯାଇଛି ।





