ଋାଜ୍ୟର ବହୁ ଚର୍ଚ୍ଚିତ ବ୍ଲାକମେଲିଂ ମାମଲାରେ ଲେଡି ବ୍ଲାକମେଲାର ଅର୍ଚ୍ଚନା ନାଗଙ୍କୁ ମିଳିଛି ଜାମିନ୍ । ଆଜି ହାଇକୋର୍ଟଙ୍କ ପକ୍ଷରୁ ଅର୍ଚ୍ଚନାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି । ନୟାପଲ୍ଲୀ ଥାନା ମାମଲାରେ ଅର୍ଚ୍ଚନାଙ୍କୁ ସର୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଏପରି କି ତଦନ୍ତରେ ମଧ୍ୟ ସହଯୋଗ ସହ ବାହାରକୁ ନଯିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ କୋର୍ଟରେ ହାଜର କରିଥିଲା ଇଡ଼ି ।






