Home Breaking News ରାହୁଲ ଗାନ୍ଧୀଙ୍କୁ ଝଟକା: ଆବେଦନ ଖାରଜ କଲେ କୋର୍ଟ

ରାହୁଲ ଗାନ୍ଧୀଙ୍କୁ ଝଟକା: ଆବେଦନ ଖାରଜ କଲେ କୋର୍ଟ

by Admin
0 comment

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ବଡ଼ ଝଟକା । ମାନହାନୀ ମାମଲାରେ ରାହୁଲଙ୍କ ଆବେଦନକୁ ଖାରଜ କଲେ ସୁରଟ ସେସନ୍ସ କୋର୍ଟ । ମୋଦି ସାଙ୍ଗିଆ ବାବଦରେ ରାହୁଲ ଦେଇଥିବା ବୟାନକୁ ନେଇ ତଳକୋର୍ଟ ରାହୁଲଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଯାହାଫଳରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା । ତେଣୁ ରାହୁଲ ତଳକୋର୍ଟ ଦେଇଥିବା ରାୟ ଉପରେ ରୋକ୍ ଲଗାଇବାକୁ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ, ହେଲେ ଏହାକୁ ଖାରଜ କରିଦେଇଛନ୍ତି କୋର୍ଟ । ଏହି ମାମଲାରେ କଂଗ୍ରେସ ହାଇକୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି । ସୂଚନା ମୁତାବକ ମୋଦି ସାଙ୍ଗିଆକୁ ନେଇ ରାହୁଲ ଦେଇଥିବା ବୟାନର ଶୁଣାଣି କରି ଗତ ମାର୍ଚ୍ଚ ୨୩ରେ ସୁରଟର ତଳକୋର୍ଟ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ ।

ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ସୁରଟ ସେସନ୍ସ କୋର୍ଟରୁ ଆଶ୍ୱସ୍ତି ମିଳିବ ବୋଲି ରାହୁଲଙ୍କର ଆଶା ଥିଲା । ହେଲେ ଏହି ରାୟ ରାହୁଲଙ୍କ ସପକ୍ଷରେ ନ ଆସିବାରୁ ତାଙ୍କର ସାଂସଦ ପଦ ରଦ୍ଦ ନିଷ୍ପତ୍ତି ଏବେ କାଏମ ରହିବ ବୋଲି ଜଣାପଡ଼ିଛି । ଗତ ୨୦୧୯ ନିର୍ବାଚନରେ ରାହୁଲ ଗାନ୍ଧୀ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ କହିଥିଲେ, ନୀରବ ମୋଦୀ, ଲଳିତ ମୋଦୀ, ନରେନ୍ଦ୍ର ମୋଦୀଙ୍କ ସରନେମ୍ ସମାନ କାହିଁକି? ସମସ୍ତ ଚୋରଙ୍କ ସରନେମ୍ ମୋଦୀ କାହିଁକି ହୋଇଥାଏ? ଋାହୁଲଙ୍କ ଏହି ବୟାନ ବିରୋଧରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏକ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ । ମୋଦି ସମୁଦାୟକୁ ରାହୁଲ ବଦନାମ କରିଥିବା କହିଥିଲେ ପୂର୍ଣ୍ଣେଶ । ଯାହାର ଶୁଣାଣି କରି ରାହୁଲଙ୍କୁ ୨ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc