ଭାରତରେ ରହୁଥିବା ତିବ୍ଦତୀୟ ଶରଣାର୍ଥୀଙ୍କୁ ଭତା ଓ ରାସନକାର୍ଡ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ୩ଶହ ଗରିବ, ବୃଦ୍ଧ ଓ ବୃଦ୍ଧାମାନେ ଉପକୃତ ହୋଇଛନ୍ତି । ସୂଚନା ମୁତାବକ ଏମାନେ ୬୦ରୁ ଅଧିକ ବର୍ଷ ଧରି ଶରଣାର୍ଥୀ ଭାବେ ରହିଆସୁଥିବା ବେଳେ ଏହି ହିତାଧିକାରୀଙ୍କୁ ମିଳିଛି ଏଭଳି ସୁଯୋଗ । ଫଳରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଓ ଏବଂ ମହେନ୍ଦ୍ରଗଡ଼ ଅଂଚଳରେ ଥିବା ୪ହଜାରରୁ ଅଧିକ ଶରଣାର୍ଥୀଙ୍କ ମଧ୍ୟରୁ ୩ଶହ ଉପଭୋକ୍ତା ଏହାଦ୍ୱାରା ଉପକୃତ ହୋଇଛନ୍ତି ।
ଅଧିକ ପଢନ୍ତୁ
ଆହୁରି ପଢନ୍ତୁ
ଏଣୁ ସେମାନେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଦେବା ସହ ସରକାରଙ୍କ ସହଯୋଗ ପାଇଁ ସେମାନେ ଶରଣାର୍ଥୀ ନୁହେଁ, ମୂଳ ବାସିନ୍ଦା ଭଳି ଅନୁଭବ କରୁଥିବା କହିଛନ୍ତି । ଚୀନ୍ ତିବ୍ଦତ ଉପରେ ଆକ୍ରମଣ କରିବା ପରେ ତିବ୍ଦତୀୟମାନେ ଭାରତର ସହାୟତା ଲୋଡିଥିଲେ ।


