Home Breaking News କ୍ଲାସରୁମରୁ ହଟିବ ବ୍ଲାକବୋର୍ଡ

କ୍ଲାସରୁମରୁ ହଟିବ ବ୍ଲାକବୋର୍ଡ

by Admin
0 comment

ଶିକ୍ଷା ବ୍ୟବସ୍ଥାରେ ହୋଇଛି ବଡ଼ ପରିବର୍ତନ । ବଦଳିଛି ପାଠପଢାଇବାର ଶୈଳୀ । ଏଣିକି ବିଭିନ୍ନ ସ୍କୁଲର କ୍ଲାସରୁମରୁ ହଟିବ ବ୍ଲାକବୋର୍ଡ । ପିଲାମାନଙ୍କୁ ପାଠ ପଢାଇବା ଆହୁରି ସହଜ କରିବା ଉପରେ ଜୋର ଦିଆଯାଇଛି । ସ୍କୁଲ ସଂସ୍କୃତିରେ ପରିବର୍ତନ କରାଗଲେ ହିଁ ପିଲାମାନେ ସହଜରେ ଓ ସୁବିଧାରେ ଶିକ୍ଷାଗ୍ରହଣ କରିପାରିବେ ।

ଅଧିକ ପଢନ୍ତୁ

http://192.168.1.250/2023/04/08/3432/

ଖାସ୍ ଏଥିପାଇଁ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ବା ଏନସିଏଫର ପରାମର୍ଶକ୍ରମେ ଏବେ ସ୍କୁଲ ଶିକ୍ଷାରେ ଅନେକ ପରିବର୍ତନ କରାଯାଇପାରେ । ପରାମର୍ଶରେ କୁହାଯାଇଛି, ଯଦି ପିଲାମାନେ ସବୁବେଳେ କଳାପଟା ଆଡକୁ ମୁହଁ କରିବସିବେ, ତେବେ ପିଲାଙ୍କ ମନରେ ଗୋଟିଏ ଧାରଣା ରହିବ । ଛାତ୍ରଛାତ୍ରୀ ଭାବିବେ ସେମାନଙ୍କ ଶିଖିବାର ସ୍ରୋତ କେବଳ କଳାପଟା ଓ ଶିକ୍ଷକ । ହେଲେ ପିଲାମାନେ ଯଦି ଏକତ୍ରିତ ହୋଇ ପାଠପଢିବେ ତେବେ ସେମାନଙ୍କ ମଧ୍ୟରେ ଶିଖିବାର ଆଗ୍ରହ ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଆହୁରି ପଢନ୍ତୁ

http://192.168.1.250/2023/04/08/3423/

ଏହାଦ୍ୱାରା ପିଲାମାନେ ନିଜ ନିଜର ସାଙ୍ଗସାଥୀଙ୍କ ସହ ଆଲୋଚନା କରି ଅନେକ ଜଟିଳ ପ୍ରଶ୍ନର ସମାଧାନ କରିପାରିବେ ବୋଲି ଶିକ୍ଷାବିତ୍ କହୁଛନ୍ତି । ସେହିପରି ଏବେ ବି ସ୍କୁଲରେ ପାଠପଢୁଥିବା ପିଲାମାନଙ୍କୁ ଶିକ୍ଷକମାନେ ଆଗ ବେଞ୍ଚରେ ବସାଇଥାଆନ୍ତି । ଫଳରେ ଶିକ୍ଷକମାନଙ୍କର ନଜର ପ୍ରଥମ ବେଞ୍ଚର ପିଲାଙ୍କ ଉପରେ ପଡିଥାଏ । ହେଲେ ଯଦି ଏକତ୍ରିତ ଭାବେ ବସି ପିଲାଙ୍କୁ ଶିକ୍ଷା ଦିଆଯାଏ ତେବେ ଶିକ୍ଷକଙ୍କ ନଜର ସବୁ ପିଲାଙ୍କ ଉପରେ ରହିବ ବୋଲି ଏନସିଏଫ୍ ପକ୍ଷରୁ ପରାମର୍ଶ ଦିଆଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc