ପୁଣି ହେବ କି ବାତ୍ୟା । ଓଡ଼ିଶାରେ ପୁଣି ଏକ ବାତ୍ୟାକୁ ନେଇ ଏବେ ଆଶଙ୍କା କରୁଛନ୍ତି ଓଡ଼ିଶାବାସୀ ।
ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ମେ’ ୫ ବେଳକୁ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଏପରି କି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ବଙ୍ଗୋସାଗରରେ ମେ’ ୫ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ମୁତାବକ, କେବ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଯଦିଓ ତାହା ସ୍ପଷ୍ଟ ହୋଇନି । ତଥାପି ମେ’ ବେଳକୁ ଏଭଳି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଲଘୁଚାପ ହେଲେ ଏହାର ପ୍ରଭାବ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ପଡବନି ବୋଲି ଆଇଏମଡି ଡିଜି କହିଛନ୍ତି । ତେବେ ଆଣ୍ଡାମାନ ଦ୍ୱୀପରେ ଏହାର ପ୍ରଭାବ ବୋଲି ସେ କହିଛନ୍ତି ।

ମତ୍ସଜୀବୀମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ନ ଯିବାକୁ ସତର୍କ କରାଇସାରିଲାଣି ପାଣିପାଗ ବିଭାଗ । ଆସନ୍ତା ମେ’ ୧ତାରିଖ ବେଳକୁ ଏ ସମ୍ପର୍କରେ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଆଇଏମଡି ଡିଜି । ତେବେ ବାତ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ନଆସିବା ପର୍ଯ୍ୟନ୍ତ ଲୋକଙ୍କୁ ଭୟଭୀତ ନହେବାକୁ କହିଛନ୍ତି ଶ୍ରୀ ମହାପାତ୍ର । ସ୍ଥିତି ଉପରେ ଆଇଏମଡି ତୀକ୍ଷ୍ମ ନଜର ରଖିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ସଠିକ୍ ଭାବେ ବାତ୍ୟାର ତଥ୍ୟ ଦିଆଯିବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
