ଗତଥର ଅପେକ୍ଷା ଏଥର ଟିମ ଅଧିକ ଶକ୍ତିଶାଳୀ ହୋଇଛି ।
ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ଡେଭିଡ୍ ମିଲର, ଅଭିନଭ ମନୋହର, ମ୍ୟାଥୁ ଓ୍ଵେଡ୍, ଋଦ୍ଧିମାନ ଶାହା, ରସିଦ ଖାନ, ରାହୁଲ ତିଓ୍ଵାଟିୟା ମହମ୍ମଦ ସାମି, ଅଲଜାରୀ ଜୋସେଫ, ୟସ ଦୟାଲ ନୁର ମହମ୍ମଦ ଭଳି ପ୍ଲେୟାର ସାମିଲ ଅଛନ୍ତି | ଏହାସହ ଦଳ ଅକ୍ସନ ରେ କେନ ଓ୍ଵିଲୟମସନ, ଓଡିଏନ୍ ସ୍ମିଥ୍, ଜସୁଆ ଲିଟଲ, ଶିଭମ ମାଭୀ, ଶ୍ରୀକର ଭରତଙ୍କୁ ମଧ୍ୟସାମିଲ କରିଛି ଜିଟି | ଗୁଜରାଟ ଟାଇଟନ୍ସ ଟାଇଟଲ ପାଇଁ ପ୍ରବଳ ଦାବିଦାର| ଦଳରେ ଅଭିଜ୍ଞ ବ୍ୟାଟର ରହିଥିବା ସହ ଅଲରାଉଣ୍ଡର ଏବଂ ସ୍ପିନ ଏବଂ ପେସ ଡିପାର୍ଟମେଣ୍ଟ ବେଶ ଷ୍ଟ୍ରଙ୍ଗ|
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲଢିବ ଟିମ ଗୁଜୁରାଟ| ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟି-୨୦ ଦଳର କ୍ୟାପଟେନ ମଧ୍ୟ ତାଙ୍କ ଫାଖରେ ମ୍ୟାଚ ଫିନିସ କରିବାର ସମସ୍ତ କଳା ଏବଂ ଦକ୍ଷତା ରହିଛି, ଯାହାକି ଗୁଜରାଟ ଟାଇଟନ୍ସକୁ ଟାଇଟଲ ଦାବିଦାର ଭାବରେ ଉଭା ହୋଇଛି| ଏପରିକି ଗତ ସିଜିନରେ ମଧ୍ୟ ହାର୍ଦ୍ଦିକ ଭଲ ସ୍କୋର ସହ ଉଇକେଟ ମଧ୍ୟ ନେଇଥିଲେ| ଏହାସହ ଶୁଭମାନ ଗିଲ ଏବେ ପୁରା ଫର୍ମରେ ରହିଛନ୍ତି । ଯାହା ଟାଇଟନ୍ସକୁ ଫାଇଦା ଦେବ, ଏହାସହ ରସିଦ ଖାନଙ୍କ ଭଳି ବିଶ୍ଵସ୍ତରୀୟ ଟି-୨୦ ସ୍ପେସାଲିଷ୍ଟି୍ ଟିମରେ ସାମିଲ ହେବ ଗୁଜୁରାଟକୁ ଅଧିକ ମଜବୁତ କରିଛି| ଡେଭିଡ୍ ମିଲର ଭଳି ଚମ୍ପିୟାନ ଫିନିସର ବି ଗୁଜୁରାଟ ଟାଇଟନ୍ସ ପାଖରେ ରହିଛି| ହେଲେ ଏବେବି ଟିମ ଓପନିଂ କମ୍ବିନେସନ ଏବଂ ପେସ ବୋଲିଂ ଡିପାର୍ଟମେଣ୍ଟ ସାମାନ୍ୟ ଦୁର୍ବଳ ରହିଛି ଗୁଜୁରାଟ ଟାଇଟନ୍ସ|