Home Breaking News ଆତ୍ମ ସମର୍ପଣ କରିବ ଅମ୍ରିତପାଲ !

ଆତ୍ମ ସମର୍ପଣ କରିବ ଅମ୍ରିତପାଲ !

by Admin
0 comment

ଦୀର୍ଘ ୧୨ଦିନ ହେବ ପୋଲିସର ନିଦ ହଜାଇଦେଇଛି ଖଲିସ୍ଥାନୀ ଆତଙ୍କବାଦୀ ମୁଖ୍ୟ ଅମ୍ରିତପାଲ ସିଂ । ୩ ରାଜ୍ୟର ପୋଲିସ ଅମ୍ରିତପାଲକୁ ଗିରଫ କରିବାକୁ କଳ, ବଳ ଓ କୌଶଳ ଖଟାଇ ଦେଇଛନ୍ତି । ଏବେ କିନ୍ତୁ ପଞ୍ଜାବ ଫେରି ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ପଳାତକ ଅମ୍ରିତପାଲ । ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନ ମୁଖ୍ୟ ଅମ୍ରିତପାଲର ସମସ୍ୟା ଏବେ ବଢିବାରେ ଲାଗିଛି । ସେ ୧୨ଦିନ ଧରି ଫେରାର ଥିବା ବେଳେ ପଞ୍ଜାବ ପୋଲିସ ତା’କୁ ଗିରଫ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି ।

ସେ ଯେଉଁଠାରେ ଲୁଚିବାକୁ ଚେଷ୍ଟା କରୁଛି ସେଠାରେ ପହଞ୍ଚିଯାଉଛି ପଞ୍ଜାବ ସମେତ ଦିଲ୍ଲୀ ଏବଂ ହରିୟାଣା ପୋଲିସ । ଏହି ତିନି ରାଜ୍ୟର ପୋଲିସ ପଛରେ ପଡିଯାଇଥିବା ଦେଖି ଅମ୍ରିତପାଲ ଏବେ ବାଧ୍ୟହୋଇ ଆତ୍ମସମର୍ପଣ କରିବାକୁ ଯୋଜନା କରୁଥିବା କହିଛି ପୋଲିସ । କାରଣ ଖସିବାର ଏବେ କୌଣସି ଉପାୟ ନାହିଁ ଅମ୍ରିତପାଲ ନିକଟରେ । ଏଣୁ ଖଲିସ୍ତାନୀ ମୁଖ୍ୟ ଅମ୍ରିତପାଲ ସ୍ୱର୍ଣ୍ଣ ମନ୍ଦିରର ଅକଲ ତଖ୍‌ତ ଯାଇ ଆତ୍ମସମର୍ପଣ କରିବାକୁ ଯୋଜନା କରୁଥିବ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି । ଏ ବିଷୟରେ ଜାଣିବା ପରେ ପଞ୍ଜାବ ପୋଲିସ ସତର୍କ ହେବା ସହ ସ୍ୱର୍ଣ୍ଣ ମନ୍ଦିର ଚାରିପାଖରେ ସୁରକ୍ଷା ବୃଦ୍ଧି କରିଛି ।

ଅଧିକ ପଢନ୍ତୁ

http://192.168.1.250/2023/03/29/2445/

ଏହାପୂର୍ବରୁ ମଙ୍ଗଳବାର ହୋଶିଆରପୁରରେ ଅମ୍ରିତପାଲ ଲୁଚି ରହିଥିବା ସୂଚନା ପାଇଥିଲା ପଞ୍ଜାବ ପୋଲିସ । ଖଲିସ୍ତାନୀ ମୁଖ୍ୟ ଅମ୍ରିତପାଂଲ ଥିବା ସନ୍ଦେହ କରି ଫାଗୱାଡାରେ ପୋଲିସ ଏକ ଅଜ୍ଞାତ ଗାଡିର ପିଛା କରିଥିଲା । ହେଲେ ଅଚାନକ ପୋଲିସ ଗାଡି ଦେଖି ଏହି କାରରେ ବସିଥିବା ଲୋକମାନେ ମରଇୟାଁରେ ଥିବା ଗୁରୁଦ୍ୱାର ନିକଟରେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଏହାପରେ ମରଇୟାଁ ଗାଁ ତଥା ଆଖପାଖରେ ଭାରି ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅମ୍ରିତପାଲକୁ ଧରିବାକୁ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଘର ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।

ଆହୁରି ପଢନ୍ତୁ

http://192.168.1.250/2023/03/29/2439/

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc