ଏପ୍ରିଲ ୧୦ ତାରିଖରୁ ଆରମ୍ଭ ହେବ +୨ ପିଲାଙ୍କ ପରୀକ୍ଷା ଖାତା ମୂଲ୍ୟାୟନ । ୨ଟି ପର୍ଯ୍ୟାୟରେ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ହେବ ଖାତା ଦେଖା । ଖାତା ମୂଲ୍ୟାୟନ ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ୬୫ଟି ଅଫ୍ଲାଇନ ଜୋନ କରାଯାଇଥିବା ବେଳେ, ୩୯ଟି ଅନ୍ଲାଇନ୍ ଜୋନ ହୋଇଛି ।

