ଏବେ ପ୍ରଚଣ୍ଡ ପ୍ରବଳ ସାଙ୍ଗକୁ ବାହାରେ ଖରା ଓ ଝାଞ୍ଜିପବନ । ଏଣୁ ଯାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ଏସି ବସ୍ । ଟିକଟର ଦାମ୍ ସାମାନ୍ୟ ଅଧିକ ହେଉ ପଛେ ଆରାମରେ ଯେ କୌଣସି ସ୍ଥାନକୁ ଯିବେ । ଏଣୁ ଯାତ୍ରୀଙ୍କ ପସନ୍ଦକୁ ପ୍ରାଧାନ୍ୟ ଦେଉଛନ୍ତି ବସ୍ ମାଲିକ । ଏହି କାରଣରୁ ଧୀରେ ଧୀରେ ବଢିବାରେ ଲାଗିଛି ଏସି ବସ ସଂଖ୍ୟା । ଦିନ ଥିଲା ରାଜ୍ୟରେ ଏସିବସ୍ କାଁ ଭାଁ ଚାଲୁଥିଲା । ହେଲେ ଏବେ ସ୍ଥିତି ବଦଳିବା ସହ ପାଣିପାଗ ବି ବଦଳିଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇଁ ଯାତ୍ରୀମାନେ ପସନ୍ଦ କରୁଛନ୍ତି ଏସି ଲକ୍ଜୁରିୟସ ବସକୁ । ଏଣୁ ଆସନ୍ତା ୫ବର୍ଷ ମଧ୍ୟରେ ରାସ୍ତାରୁ ସାଧାରଣ ବସ୍ ହଟାଇବାକୁ ଚାହୁଁଛନ୍ତି ଖୋଦ୍ ବସ ମାଲିକ ସଂଘ । ଏବେ ଦୁର୍ଗମ ସଡ଼କରେ ଯୋଗଯୋଗ ବ୍ୟବସ୍ଥାରେ ବିକାଶ ଘଟିବା ସହ ମାଲିକମାନେ ଏସବୁ ସ୍ଥାନରେ ଏସି ବସ୍ ଚଳାଇଲେଣି । ଏକ ରିପୋର୍ଟ ମୁତାବକ ଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ଯାତ୍ରୀବାହୀ ବସ ସଂଖ୍ୟା ୨ଗୁଣା ହୋଇଛି । ୨୦୧୫-୧୬ରେ ରାଜ୍ୟରେ ମାତ୍ର ୭ହଜାର ଘରୋଇ ବସ ଚାଲୁଥିଲା । ହେଲେ ୨୦୨୩ରେ ଏହି ସଂଖ୍ୟା ୧୪ହଜାର ୫ଶହରୁ ଅଧିକା ହୋଇଛି ।




