ଉତ୍ତର ପ୍ରଦେଶର କୁଖ୍ୟାତ ମାଫିଆ ଅତିକ୍ ଅହମ୍ମଦର ଓକିଲ ଘର ଉପରକୁ ବୋମା ମାଡ଼ ହୋଇଛି । ୟୁପିର ପ୍ରୟାଗରାଜସ୍ଥିତ କଟା ଗୋବର ଗଳିରେ କୌଣସି ଅଜ୍ଞାତ ଦୁର୍ବୁତ୍ତ ଏହି ବୋମା ମାଡ଼ କରିଛନ୍ତି । ଖବରପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଆତଙ୍କ ସୃଷ୍ଟି ପାଇଁ କେହି ଦୁର୍ବୁତ୍ତ ଏହି କାଣ୍ଡ ଭିଆଇଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ଆଜି ଅପରାହ୍ନରେ ଅତୀକର ଆଡଭୋକେଟ୍ ବିଜୟ ମିଶ୍ରା ରହୁଥିବା ଘର ଗଳିରେ ଏହି ବୋମା ମାଡ଼ କରାଯାଇଛି । ହେଲେ ବୋମା ମାଡ଼ ସମୟରେ ବିଜୟ ଘରେ ଥିଲେ କି ନାହିଁ ସେ ପର୍ଯ୍ୟନ୍ତ ଏଯାବତ୍ କିଛି ବି ସ୍ପଷ୍ଟ ହୋଇପାରିନାହିଁ ।

ସୂଚନା ମୁତାବକ ଅତୀକ ଅହମ୍ମଦ ଓ ତା’ର ଭାଇ ଅସରଫ ଅହମ୍ମଦକୁ ୧୫ ଏପ୍ରିଲରେ ଦୁର୍ବୁତ୍ତମାନେ ଗୁଳି କରି ହତ୍ୟା କରିଥିଲେ । ସେହିପରି ଏହାର ୨ଦିନ ପୂର୍ବରୁ ପୋଲସ ଅତୀକର ପୁଅ ଅସଦ୍ ଅହମ୍ମଦକୁ ୟୁପି ଏସଟିଏଫ୍ ଏନକାଉଣ୍ଟର କରି ହତ୍ୟା କରିଥିଲା । ଏବେ ଅତୀକ ଓ ତା’ର ପରିବାରର ଓକିଲ ବିଜୟ ମିଶ୍ରାଙ୍କ ଘର ଗଳିରେ ବୋମା ମାଡ଼ କରାଯାଇଛି ।
