ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ। ମଙ୍ଗଳ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଏବଂ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ବି ସାଂସଦ ପ୍ରତିନିଧି ସହ ୨୫ ବର୍ଷରୁ ବିଜେପି ସହିତ ଜଡିତ ଥିଲେ ।

ବିଜେପିକୁ ମଜବୁତ କରିବାକୁ ଦିନରାତି ପରିଶ୍ରମ କରିଥିଲି, ମାତ୍ର ଦଳ ମୋତେ ଅଣଦେଖା କଲା, ସେଥିଲାଗି ମୁ ବିଜେଡିରେ ଯୋଗ ଦେଇଛି | ବିଜେପିର ପୁରୁଣା ନେତାଙ୍କ ନୀତି ଆଦର୍ଶରେ ସେଠାରେ ଯୋଗ ଦେଇଥିଲି, କିନ୍ତୁ ସେଠାରେ ଆଉ ସେ ନୀତି ଆଦର୍ଶ ନାହିଁ ବୋଲି ମଙ୍ଗଳ କ୍ଷୋଭର ସହ ପ୍ରକାଶ କରିଥିଲେ | ଏହାସହ ନବ ଦାସଙ୍କ ହତ୍ୟା ପାଇଁ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ଦାବି କରିଥିଲେ ମଙ୍ଗଳ | ବିଜେଡିକୁ ମଜବୁତ କରିବାକୁ କାମ କରିବେ ବୋଲି ମଙ୍ଗଳ କହିଛନ୍ତି।
ମୋ ପାଇଁ ବିଜେଡି ଲାଭ ପାଇବ, ଆଗକୁ ଆହୁରି ମିଶିବେ ବୋଲି ମଙ୍ଗଳ କହିଛନ୍ତି । ଝାରସୁଗୁଡାର ବିଭିନ୍ନ ବିଷୟ ଓ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବି ଆଉ ତାହା ସମାଧାନ ହେବ । ମୋର ପଦବୀ ଆଶା ନାହିଁ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ।
