Home Entertainment ଚର୍ଚ୍ଚାରେ ଗୋଲ୍ଡମ୍ୟାନଙ୍କ ଗୋଲ୍ଡ କୁଲଫି

ଚର୍ଚ୍ଚାରେ ଗୋଲ୍ଡମ୍ୟାନଙ୍କ ଗୋଲ୍ଡ କୁଲଫି

by Admin
0 comment

ଗ୍ରୀଷ୍ମଋତୁରେ କୁଲଫିର ମଜା ସବୁଠୁ ନିଆରା । ଏହାର ଥଣ୍ଡା ଓ ମିଠା ସ୍ୱାଦ କେବଳ ଗରମରୁ ଯେ ଆରାମ ଦେଇଥାଏ ତାହା ନୁହେଁ । ଏହା ପାଟିକୁ ବି ଲାଗେ ବେଶ୍ ସୁଆଦିଆ । ଏବେ ବଜାରରେ ପ୍ଲେନ୍ କୁଲଫି, ପିସ୍ତା କୁଲଫି, ଆମ୍ବ ଏବଂ ବାଦାମ୍ କୁଲଫି ମିଳୁଛି । ହେଲେ ଏବେ ଭାରତରେ ସୁନାର କୁଲଫିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇନ୍ଦୋର ସହରରରେ ଜଣେ ବ୍ୟକ୍ତି ସୁନା କୁଲଫି ବିକ୍ରି କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ଲୋକେ ମଧ୍ୟ ବହୁ ପସନ୍ଦ କରୁଛନ୍ତି । ଇନ୍ଦୋର ସହରରେ ରୁହନ୍ତି ବଣ୍ଟି ଯାଦବ । ପିଲାଟିବେଳୁ ତାଙ୍କର ସୁନାପ୍ରତି ରହିଆସିଛି ସ୍ୱତନ୍ତ୍ର ଦୁର୍ବଳତା । ଖାସ୍ ଏଥିପାଇଁ ସେ ସବୁଦିନ କୋଟି କୋଟି ଟଙ୍କାର ସୁନା ଅଳଙ୍କାର ବି ପିନ୍ଧିଥିବାର ଦେଖାଯାଏ । ସେ ସ୍ଥାନୀୟ ଅଞ୍ଚଳରେ ଗୋଲ୍ଡ ମ୍ୟାନ୍ ଭାବେ ବେଶ୍ ଜଣାଶୁଣା ମଧ୍ୟ । ଏବେ ସେ ସୁନାର କୁଲଫି ବିକ୍ରି କରୁଛନ୍ତି । ଫଟୋରେ ଦେଖିବାକୁ ମିଳିଛି ବଣ୍ଟି କିଲୋ କିଲୋ ସୁନା ଅଳଙ୍କାର ପିନ୍ଧିଛନ୍ତି । ସେ ଫ୍ରିଜରୁ କୁଲଫି ଖଣ୍ଡ ବାହାର କରି ୨୪କ୍ୟାରେଟ୍ ସୁନା ଫଏଲରେ ଗୁଡାଇ ରଖୁଛନ୍ତି । ଏହି କୁଲଫିର ମୂଲ୍ୟ ହେଉଛି ମାତ୍ର ୩୫୧ଟଙ୍କା । ଏହି ବ୍ୟକ୍ତିଜଣଙ୍କୁ ଇନ୍ଦୋରର ସାଫାର ଅଞ୍ଚଳରେ ପ୍ରକାଶ କୁଲଫି ବୋଲି ଲୋକେ ଜାଣନ୍ତି ।

ହେଲେ ଏହି ଫଟୋଟିକୁ ଦେଖିବା ପରେ ଅନେକ ନକାରାତ୍ମକ ମନ୍ତବ୍ୟ ବି ଦେଉଛନ୍ତି । କେହି କେହି ଏହାକୁ ସୁନାର ଅଯଥା ଅପଚୟ ବୋଲି କହୁଥିବା ବେଳେ ଆଉ କେତେକ ବଣ୍ଟି ଯାଦବଙ୍କ ସୁନା କୁଲଫି ଖାଇବାକୁ ବେଶ୍ ପସନ୍ଦ ବି କରୁଛନ୍ତି । ଦୋକାନରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ ବି ଜମୁଛି । କାରଣ ଏହି କୁଲଫି ଯେ କେବଳ ସୁନାର ଫଏଲରେ ପ୍ୟାକ୍ ହୋଇଛି ତାହା ନୁହେଁ ଏହାର ଟେଷ୍ଟ୍ ମଧ୍ୟ ଅନ୍ୟ କୁଲଫି ତୁଳନାରେ ସ୍ୱତନ୍ତ୍ର ବୋଲି କହୁଛନ୍ତି ଅନେକ ଗ୍ରାହକ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc