ବର୍ତ୍ତମାନ ବିବାହର ସିଜିନ ଚାଲିଥିବା ସମୟରେ, ବିଭିନ୍ନ ସ୍ଥାନରେ ବିବାହ ହେଉଥିବାର ଦେଖିବାକୁ ମିଳିଛି । ବିବାହକୁ ନେଇ ଭିନ୍ନ ଭିନ୍ନ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି କ୍ରମରେ ମଧ୍ୟ ପ୍ରଦେଶର ଏକ ଭିଡିଓ ସୋସିଆଲ ମିଡିଆରେ ଆଲୋଚନାର କେନ୍ଦ୍ର ପାଲଟିଛି । ଏଥିରେ ଦେଖିବାକୁ ମିଳିଛି ଛତା ବରକନ୍ୟା ପ୍ରବଳ ବର୍ଷାରେ ହାତରେ ଛତା ଧରି ବିବାହ କରୁଛନ୍ତି ।


ସୂଚନାନୁସାରେ ମଧ୍ୟ ପ୍ରଦେଶ ବାଲାଘାଟ ଜିଲ୍ଲାର କୋଟୱାଲି କୁମହରୀ ସହରରେ ୨୬ ତାରିଖରେ ଏକ ବିବାହ ଅନୁଷ୍ଠିତ ହେଉଥିଲା । ବରକନ୍ୟା ଏକାସାଙ୍ଗରେ ବେଦୀ ଉପରେ ବସି ପୂଜାପାଠ କରୁଥିବା ସମୟରେ ପାଣିପାଗ ହଠାତ୍ ବଦଳିଯିବା କାରଣରୁ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ବିବାହ ମଣ୍ଡପର ସବୁ ସ୍ଥାନରେ ପାଣି ହୋଇଯାଇଥିଲା । କିନ୍ତୁ ପ୍ରବଳ ବର୍ଷାରେ ମଧ୍ୟ ଅଧାରୁ ବିବାହ ବନ୍ଦ କରିନଥିଲେ ବରକନ୍ୟା ।

