ଦୀର୍ଘ ୧୨ଦିନ ହେବ ପୋଲିସର ନିଦ ହଜାଇଦେଇଛି ଖଲିସ୍ଥାନୀ ଆତଙ୍କବାଦୀ ମୁଖ୍ୟ ଅମ୍ରିତପାଲ ସିଂ । ୩ ରାଜ୍ୟର ପୋଲିସ ଅମ୍ରିତପାଲକୁ ଗିରଫ କରିବାକୁ କଳ, ବଳ ଓ କୌଶଳ ଖଟାଇ ଦେଇଛନ୍ତି । ଏବେ କିନ୍ତୁ ପଞ୍ଜାବ ଫେରି ଆତ୍ମସମର୍ପଣ କରିବାକୁ ଯୋଜନା କରୁଛି ପଳାତକ ଅମ୍ରିତପାଲ । ‘ୱାରିସ୍ ପଞ୍ଜାବ ଦେ’ ସଙ୍ଗଠନ ମୁଖ୍ୟ ଅମ୍ରିତପାଲର ସମସ୍ୟା ଏବେ ବଢିବାରେ ଲାଗିଛି । ସେ ୧୨ଦିନ ଧରି ଫେରାର ଥିବା ବେଳେ ପଞ୍ଜାବ ପୋଲିସ ତା’କୁ ଗିରଫ କରିବାକୁ ଆପ୍ରାଣ ଉଦ୍ୟମ ଚଳାଇଛି ।



ସେ ଯେଉଁଠାରେ ଲୁଚିବାକୁ ଚେଷ୍ଟା କରୁଛି ସେଠାରେ ପହଞ୍ଚିଯାଉଛି ପଞ୍ଜାବ ସମେତ ଦିଲ୍ଲୀ ଏବଂ ହରିୟାଣା ପୋଲିସ । ଏହି ତିନି ରାଜ୍ୟର ପୋଲିସ ପଛରେ ପଡିଯାଇଥିବା ଦେଖି ଅମ୍ରିତପାଲ ଏବେ ବାଧ୍ୟହୋଇ ଆତ୍ମସମର୍ପଣ କରିବାକୁ ଯୋଜନା କରୁଥିବା କହିଛି ପୋଲିସ । କାରଣ ଖସିବାର ଏବେ କୌଣସି ଉପାୟ ନାହିଁ ଅମ୍ରିତପାଲ ନିକଟରେ । ଏଣୁ ଖଲିସ୍ତାନୀ ମୁଖ୍ୟ ଅମ୍ରିତପାଲ ସ୍ୱର୍ଣ୍ଣ ମନ୍ଦିରର ଅକଲ ତଖ୍ତ ଯାଇ ଆତ୍ମସମର୍ପଣ କରିବାକୁ ଯୋଜନା କରୁଥିବ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ପାଇଛି । ଏ ବିଷୟରେ ଜାଣିବା ପରେ ପଞ୍ଜାବ ପୋଲିସ ସତର୍କ ହେବା ସହ ସ୍ୱର୍ଣ୍ଣ ମନ୍ଦିର ଚାରିପାଖରେ ସୁରକ୍ଷା ବୃଦ୍ଧି କରିଛି ।
ଅଧିକ ପଢନ୍ତୁ
ଏହାପୂର୍ବରୁ ମଙ୍ଗଳବାର ହୋଶିଆରପୁରରେ ଅମ୍ରିତପାଲ ଲୁଚି ରହିଥିବା ସୂଚନା ପାଇଥିଲା ପଞ୍ଜାବ ପୋଲିସ । ଖଲିସ୍ତାନୀ ମୁଖ୍ୟ ଅମ୍ରିତପାଂଲ ଥିବା ସନ୍ଦେହ କରି ଫାଗୱାଡାରେ ପୋଲିସ ଏକ ଅଜ୍ଞାତ ଗାଡିର ପିଛା କରିଥିଲା । ହେଲେ ଅଚାନକ ପୋଲିସ ଗାଡି ଦେଖି ଏହି କାରରେ ବସିଥିବା ଲୋକମାନେ ମରଇୟାଁରେ ଥିବା ଗୁରୁଦ୍ୱାର ନିକଟରେ ଗାଡି ଛାଡି ଫେରାର ହୋଇଯାଇଥିଲେ । ଏହାପରେ ମରଇୟାଁ ଗାଁ ତଥା ଆଖପାଖରେ ଭାରି ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଅମ୍ରିତପାଲକୁ ଧରିବାକୁ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଘରକୁ ଘର ଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
ଆହୁରି ପଢନ୍ତୁ