କ୍ୟାନସର, ଏହାର ନାଁ ଶୁଣିବା ମାତ୍ରେ ଛାତିରେ ଛନକା ପଶିଯାଏ । ପ୍ରତିଦିନ ଭାରତରେ ଅନ୍ୟୁନ ହଜାର ହଜାର ବ୍ୟକ୍ତିଙ୍କର ଏହି ରୋଗରେ ଜୀବନ ଯାଉଛି । ଖୁବ୍ କମସଂଖ୍ୟକ ଲୋକ ଏହି ରୋଗରୁ ମୁକ୍ତି ପାଉଥିବା ବେଳେ ଅଧିକାଂଶଙ୍କର ଜୀବନହାନୀ ଘଟୁଛି । ଏପରିକ୍ଷେତ୍ରରେ ଆଗାମୀ ୨୦୩୦ସୁଦ୍ଧା ବିଶ୍ୱରେ କ୍ୟାନସର, ହୃଦରୋଗ ଓ ଅଟୋଇମ୍ୟୁୟନ ଭଳି ରୋଗ ପାଇଁ ଟିକା ପ୍ରସ୍ତୁତ ହୋଇଯିବ । ଯାହାଫଳରେ ପ୍ରତିବର୍ଷ ଏସବୁ ରୋଗରେ ପ୍ରାଣ ହରାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇପାରିବ । କୋଡିଡ୍-୧୯ ଟିକାର ସଫଳତା ପରେ କ୍ୟାନସର ଟିକାର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏହି ଟିକା ଉପରେ ଚାଲିଥିବା ଅଧ୍ୟୟନ ବେଶ୍ ସଫଳ ହୋଇଛି ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।







