ଦୁଇ ଗାଁ ମଧ୍ୟରେ ସୀମା ବିବାଦ । ଏହାକୁ କେନ୍ଦ୍ର କରି ଭଦ୍ରକରେ ୪୮ଘଣ୍ଟିଆ ୧୪୪ ଧାରା ଜାରି କରିଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲା ବଅନ୍ତ ନଳକ ଆପଣ୍ଡା ଛକରୁ ୨ଶହ ମିଟର ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି । ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ସୀମା ବିବାଦ ପାଇଁ ଓରାଳି ଛକରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ପରେ ପ୍ରଶାସନିକ ପଦକ୍ଷେପ ନିଆଯାଇଛି ।






