ବିବାଦୀୟ ବୟାନ ଦେଇ ଫସିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଏହି ବୟାନ ପାଇଁ ସୁପ୍ରିମକୋର୍ଟ ଦୁଇ ବିଜେପି ନେତାଙ୍କୁ ନୋଟିସ୍ ପଠାଇଛନ୍ତି । ସୂଚନା ମୁତାବକ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ବିଜେପି ସାଂସଦ ପରଭେଶ ଶର୍ମା ଦେଇଥିବା ‘ଗୋଲି ମାରୋ ନାରା’ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଭଳି ବିବାଦୀୟ ବୟାନ ପାଇଁ ଦୁଇ ବିଜେପି ନେତାଙ୍କ ନାଁରେ ଏଫଆଇ ରୁଜୁ କରିବାକୁ ହୋଇଥିବା ଆବେଦନକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଏହି ପ୍ରସଙ୍ଗ ଉପରେ ଜବାବ ରଖିବାକୁ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସ କମିଶନରଙ୍କୁ ସର୍ବୋଚ୍ଚ ଅଦାଲତ ନୋଟିସ ଜାରି କରିଛନ୍ତି ।
