ପ୍ରଚଣ୍ଡ ଗରମରେ ସିଝୁଛି ସମଗ୍ର ଓଡ଼ିଶା । ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଲାଗୁଛି ଆକାଶରୁ ନିଆଁ ବର୍ଷୁଛି । ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ । ଆସନ୍ତା ୨ଦିନ ପରେ ରାଜ୍ୟରେ ତାପମାତ୍ରା କମିବ । ୨୨ ଓ ୨୩ତାରିଖରେ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।


